ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତି ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଶନିବାର ‘ଆରୋଗ୍ୟମ୍’ ଯୋଜନାର ଶୁଭାରମ୍ଭ କରାଯାଇଛି। ସହରର ୧୬୧ଟି ବସ୍ତିରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ଦ୍ବାରା ବସ୍ତିର ପ୍ରାୟ ୧୭ ହଜାର ଘରରେ ଏହି ସେବା ପହଞ୍ଚିବ। ଡିଜିଟାଲ୍ ପରୀକ୍ଷା ଯନ୍ତ୍ର ଦ୍ବାରା ରକ୍ତଚାପ, ରକ୍ତ ସର୍କା, ହେମୋଗ୍ଳୋବିନ, ପୂର୍ଣ୍ଣ ଶରୀର ଯାଞ୍ଚ, ଉଚ୍ଚତା ମାପ, ଶରୀରର ତାପମାତ୍ରା ସହ ମୋଟ ୧୧ଟି ପରୀକ୍ଷା କରାଯିବ। ମହାନଗର ନିଗମର ୧୦ ନମ୍ବର ୱାର୍ଡର ଆଇନା ବନ୍ଧ ବସ୍ତିରୁ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି।
ନିଗମ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଉଦ୍ଘାଟନୀ ସଭା ଆୟୋଜିତ ହୋଇଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ନିଗମର ଆୟୁକ୍ତ ଜେ.ସୋନାଲ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର ଏବଂ ଅତିରିକ୍ତ ଆୟୁକ୍ତ ନିଳମାଧବ ଭୋଇ ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ଆୟୁକ୍ତ ସୋନାଲ ଏହି ଯୋଜନା ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ନଭେମ୍ବର ୧୯ରୁ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଗୃହ ସର୍ବେକ୍ଷଣ ଚାଲିବ। ସମସ୍ତ ପ୍ରକାର ନମୁନାର ମାଗଣାରେ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ଡିଜିଟାଲ୍ ଡାଟାବେଶ୍ରେ ରହିବ। ଏଥି ପାଇଁ ୭୬ଲକ୍ଷ ୫୩ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଜିଲାପାଳ ପରିଡ଼ା କହିଥିଲେ ଯେ, ବସ୍ତି ଅଞ୍ଚଳରେ ଲୋକମାନଙ୍କୁ ସୁସ୍ଥ ରଖିବା ଏବଂ ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବସ୍ତିର ସମସ୍ତ ବାସିନ୍ଦାଙ୍କୁ ଏଥିରେ ସାମିଲ କରାଯିବ। ପ୍ରତ୍ୟେକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ତଥ୍ୟ ରଖାଯିବ। ସ୍ବାସ୍ଥ୍ୟ ସେବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ମିଶ୍ର କହିଥିଲେ ଯେ, କୋଭିଡ ପରେ ଅଣସଂକ୍ରାମ ରୋଗ ଅନେକଙ୍କ ଶରୀରରେ ଦେଖିବାକୁ ମିଳୁଛି। ବିଶେଷକରି ଅଣସଂକ୍ରାମ ରୋଗକୁ ପ୍ରତିହତ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ପରୀକ୍ଷା ସହିତ ତଥ୍ୟ ସଂଗ୍ରହକୁ ଡିଜିଟାଲ୍କରଣକୁ ଗୁରୁତ୍ବ ଦିଆଯିବ। ଆଗାମୀ ଦିନରେ ରୋଗୀମାନେ ତାଙ୍କର ପୂର୍ବର ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟ କାଗଜପତ୍ରରେ ନୁହଁ, ବରଂ ଡିଜିଟାଲ୍ କାର୍ଡରେ ଧରି ବୁଲିବେ। ସେଥିପାଇଁ ସରକାରୀ ଡାକ୍ତରଖାନାଗୁଡ଼ିକର କମ୍ପ୍ୟୁଟରୀକରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।
BREAKING NEWS
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
- Nishikant Dubey: ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
- ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ
Comments are closed.