Latest Odisha News

BREAKING NEWS

୩୦ ତମ ପିକକ୍ ଶିଶୁମେଳା: ମନ ମୋହିଲା ବେବି ଅଫ ଦି ଇୟର

ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳାର  ଦ୍ଵିତୀୟ ଦିବସର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗିତା । ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, ପ୍ରତୀକ୍ଷା ସାହୁ, ଦିଲ୍ଲୀପ କୁମାର ଜି, ଓ  ଶ୍ରୀମତୀ ଅନ୍ନପୂର୍ଣା ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଅତିଥିଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁରା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପୁରୁଣିମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ  ପିକକ୍ ର ଏହି ଉଦ୍ୟମ କୁ ବହୁ ପ୍ରଶଂସା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ  ପିକକ୍ ଶିଶୁମେଳା କମିଟି ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । କୌତୁକ ପୋଷାକ, ବକ୍ତୃତା ଓ ଓଡିଶୀ ନୃତ୍ୟ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ  କରାଯାଇଥିଲା ।  ସଂନ୍ଧ୍ୟାରେ କ୍ଵିଟିକିଡ଼ ଗ୍ରୁପ ଓ ଲିଟିଲଷ୍ଟାର ଗ୍ରୁପ ର ପିଲାମାନଙ୍କ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା ।

ପିକକ୍ ର ରତ୍ନା, ଜ୍ୟୋତିଶଙ୍କର, ସୁମିତ୍ରା, ଚନ୍ଦନ, ରଞ୍ଜିତା, ଇତିଶ୍ରୀ, ପ୍ରିୟଦର୍ଶିନୀ, ଊର୍ମିଳା, ବିଷ୍ଣୁପ୍ରିୟା, ଶୀତଳ, ଚିତ୍ତରଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave A Reply

Your email address will not be published.