Latest Odisha News

‘ଆଗାମୀ ଦିନରେ ନୂଆପଡାକୁ ଅତ୍ୟାଧୁନିକ ଜିଲ୍ଲା ଭାବେ ପରିଗଣିତ କରି ବିକଶିତ କରାଯିବ’

ନୂଆପଡା: ନୂଆପଡାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଆଜି ଦିନିକିଆ ନୂଆପଡା ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ହେବାପରେ, ପ୍ରଥମ ପାଳିରେ ନୂଆପଡା ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ଓ ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା ।

ରାଜ୍ୟ ର ମୋହନ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗଦେଇ ଏକାଧିକ ଯୋଜନାର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ନୂଆପଡା ସଦର ମହୁକମା ଠାରେ 3 ଶହ ଆସନ ବିଶିଷ୍ଟ ମଲ୍ଟିପ୍ରୋପୋଜ ହଲ ର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଏକ ସ୍ମାର୍ଟ ପାର୍କ ର ମଧ୍ୟ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ କଚ୍ଚା ପକ୍କା ରାସ୍ତା ଯୋଜନାରେ ନିର୍ମିତ ହୋଇଥିବା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ଏହାପରେ ଜିଲ୍ଲପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ । ସେହିଭଳି ଆଗାମୀ ଦିନରେ ନୂଆପଡା କୁ ଅତ୍ୟାଧୁନିକ ଜିଲ୍ଲା ଭାବରେ ପରିଗଣିତ କରି ବିକଶିତ ନୂଆପଡା ହେବ ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ଦେଇ ଆମ ସରକାର ରାସ୍ତା, ପାର୍କ, ଡ୍ରେନେଜ, ବିଷୁଦ୍ଧ ପାନୀୟଜଳ, ସହରୀ ଉନ୍ନତି କରଣ କରିବା ପାଇଁ ଆମ ମୋହନ ସରକାର ଗୁରୁତ୍ୱ ର ସହିତ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ମୋହନ ମାଝୀ ସରକାର କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର, ଡବଲ ଇଞ୍ଜିନ ସରକାର ଗଠନ ହୋଇଛି, ଡବଲ ସ୍ପୀଡିରେ ମଧ୍ୟ କାମହେବ ଏଥିରେ କୌଣସି ସନ୍ଦଦେହ ନାହିଁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.