Latest Odisha News

BREAKING NEWS

ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ

ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି । ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ମଝି ସମୁଦ୍ରରେ ମାଲବାହୀ ଜାହାଜ ଗାଲାକ୍ସି ଲିଡରରେ ଓହ୍ଲାଇ, ୨୫ ଜଣିଆ ଚାଳକ ଟିମକୁ କିଡନାପ କରି ନେଇଥିଲେ । ଏହା ପରେ ସେ ପୁରା ଜାହାଜକୁ ନିଜ କବ୍ଜାକୁ ନେଇ ଯାଇଥିଲେ । ଜାହାଜକୁ ନେଇ ୟମନର ଏକ ବନ୍ଦରରେ ପହଞ୍ଚିଛନ୍ତି । ଏକ ବୟାନ ଜାରି କରି ହାଉତି ଏହି ଅପହରଣ ପାଇଁ ନିଜକୁ ଦାୟୀ କରିଛି ।

ହାଉତି ପ୍ରବକ୍ତା ୟାହ୍ୱା ସାରି ଏକ ବୟାନ ଦେଇ କହିଛନ୍ତି, ଆମର ସେନା ଲାଲ ସାଗରରେ ଏକ ସୈନ୍ୟ ଅଭିଯାନ ଚଳାଇଥିଲା । ଏକ ଇଜିରାଏଲି ଜାହାଜକୁ ନିଜ କବ୍ଜାକୁ ନେଇଛି । ଇସଲାମିକ ନିୟମ ଅନୁସାରେ ଚାଳକ ଦଳଙ୍କ ପ୍ରତି ବ୍ୟବହାର କରାଯାଉଛି ।’

ହାଉତି ବାରମ୍ବାର ଧମକ ଦେଇ  ଆସୁଥିଲା ଯେ,  ଗାଜାରେ ହମାସ ବିରୋଧରେ ଇସ୍ରାଏଲର ଯେପରି ନିଷ୍ଠୁରତାର ସହ ଆକ୍ରମଣ କରୁଛି, ଏହା ବିରୋଧରେ ଲାଲ ସାଗରରେ ତାର ଜାହାଜକୁ ଟାର୍ଗେଟ କରିବ । ଅନ୍ୟପକ୍ଷେ ଇସ୍ରାଏଲ ଏପରି ଅଭିଯୋଗକୁ ଖଣ୍ଡନ କରିଛି । କୁହାଯାଉଛି, ଏହି ଜାହାଜ ଏକ ବ୍ରିଟିଶ କମ୍ପାନୀ ଅନୁସାରେ ପଞ୍ଜୀକୃତ ହୋଇଛି । ତେବେ ଇସ୍ରାଏଲି ବ୍ୟବସାୟୀ ଆବ୍ରାହମ ଉଙ୍ଗର ଏହି ଜାହାଜର ସ୍ବଳ୍ପ ଅଂଶୀଦାର ଅଛନ୍ତି । ହେଲେ ସେ ଏହି ଜାହାଜକୁ ଏକ ଜାପାନୀ ଫାର୍ମକୁ ଲିଜ ଆକାରରେ ଦେଇଛନ୍ତି  ।

ଇସ୍ରାଏଲି ସେନାର କହିବା ଅନୁସାରେ, ଜାହାଜ ତୁର୍କିରୁ ଭାରତ ଯାଉଥିଲା । ଏଥିରେ ଜଣେ ବି ଇସ୍ରାଏଲି ନାଗରିକ ନାହାନ୍ତି । ଜାହାଜରେ ଥିବା ୨୫ କ୍ରୁ ମେମ୍ବର ସମସ୍ତେ ୟୁକ୍ରେନ, ବଲ୍ଗେରିଆ, ଫିଲିପାଇନ୍ସ, ଏବଂ ମେକ୍ସିଗୋର ।

Comments are closed.