Latest Odisha News

BREAKING NEWS

ଓଡ଼ିଆ ସଂସ୍କୃତିର ନିଆରା ଜହ୍ନି ଓଷା; କିପରି ଓ କାହିଁକି ହୁଏ ପାଳନ

ଭୁବନେଶ୍ୱର: ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଜହ୍ନି ଓଷା ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମନଙ୍କ ମଧ୍ୟରୁ ଅନ୍ୟତମ। ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ।

ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ । ମାସସାରା ପ୍ରତି ଅପରାହ୍ନରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି । ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି । ଗୀତ ବୋଲି, ହୁଳହୁଳି ଦେଇ ଝିଅ ମାନେ ସନ୍ଧ୍ୟା ସମୟରେ ଏହି ପୂଜା କରନ୍ତି। ଝିଅମାନେ ଚଉରାମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି।

ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି । କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି । ମାସସାରା ଓଷା ନକରିପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ ।

କିମ୍ବଦନ୍ତୀ:

ପୌରାଣିକ କଥା ଅନୁଯାୟୀ ଆଶ୍ୱିନମାସ ତିରିଶ ଦିନ ଯାଏ ବାଳୁତ ଝିଅମାନେ ଏକମେଳ ହୋଇ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି କାଟି ଓଷା କରନ୍ତି । ଲିଆ ଉଖୁଡା ଆଦି ଭୋଗ ଲଗାନ୍ତି । ଚଉରା ଉପରେ ଜହ୍ନି ଫୁଲରେ ଆଞ୍ଜୁଳା ଦିଅନ୍ତି । ଦିନେ ମହାରାଷ୍ଟ୍ରଦେଶରେ ଜମ୍ବୁବତୀ ବୋଲି ଜଣେ ନାରୀ ଏହି ଓଷାକୁ ଥଟ୍ଟାକଲା ।

ଝିଅମାନେ ମୁଢ଼ି ଖାଇବାକୁ ଏହି ଓଷା କରୁଛନ୍ତି ବୋଲି କହିଲା । ଫଳରେ ବୃନ୍ଦାବତୀ ରାଗିଲେ । ସର୍ପ ଜମ୍ବୁବତୀର ସୁପ୍ତ ପୁତ୍ରକୁ ଦଂଶନ କଲା । ମୃତ ପୁତ୍ରକୁ ଧରି ବାହୁନୁଥିବା ସମୟରେ ତା’ର ସ୍ୱାମୀ ମହେଶ୍ୱର ଆସି ପହଞ୍ଚିଲା । ଓଷା ନିନ୍ଦାର ପରିଣତି ସ୍ୱରୂପ ଏପରି ଘଟିଥିବାର ଜାଣି ସେମାନେ ବୃନ୍ଦାବତୀଙ୍କୁ ଯାଇ ପ୍ରାର୍ଥନା କଲେ । ନାନା କାକୁତି ମିନତି ହେବା ପରେ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ ଏବଂ ତା’ର ମୃତ ପୁତ୍ରକୁ ଜୀବନ୍ୟାସ ଦେଲେ ।

Comments are closed.