Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ପକ୍ଷୀଙ୍କ ମସ୍ତିଷ୍କ ଜିପିଏସ ପରି କାମ କରେ

ନୂଆଦିଲ୍ଲୀ: ପକ୍ଷୀ ସହଜରେ ରାସ୍ତା ଭୁଲେନି । କୌଣସି ଯୋଗାଯୋଗ ନ ଥାଇ ମଧ୍ୟ ଦଳ ସହିତ ଏକତ୍ର ରହିଥାନ୍ତି । ଏପରିକି ଆକାଶରେ ମଧ୍ୟ ବିଚରଣ ବେଳେ ସେମାନେ ପରଷ୍ପର ସହ ଯୋଗାଯୋଗ କରିଥାନ୍ତି । ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ? ପକ୍ଷୀଙ୍କ ମସ୍ତିଷ୍କ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ ପରି କାର୍ଯ୍ୟ କରିଥାଏ । ଆଶ୍ଚର୍ଯ୍ୟଜନ ଜିପିଏସ ସ୍ୱିଚ ପରି କାର୍ଯ୍ୟ କରିଥାଏ । ପକ୍ଷୀ ସେମାନଙ୍କ ହିସାବ ଅନୁସାରେ ଏହାକୁ ଆକ୍ଟିଭ ଓ ଡିଆକ୍ଟିଭ କରିପାରନ୍ତି । ଏବେ ଗବେଷଣାରେ ଖୁଲାସା ହୋଇଛି ଯେ, ପୃଥ୍ୱୀର ଚୁମ୍ବକୀୟ କ୍ଷେତ୍ର ସହ ମଧ୍ୟ ସେମାନଙ୍କ ଯୋଗାଯୋଗ ରହିଥାଏ । ସୂଚନାଯୋଗ୍ୟ, ଏହି ଚୁମ୍ବକୀୟ କ୍ଷେତ୍ର ଯୋଗୁ ସୂର୍ଯ୍ୟରେ ସୃଷ୍ଟି ହେଉଥିବା ଝଡରୁ ଆମେ ବଂଚିପାରୁcଛେ । ପକ୍ଷୀଙ୍କ ମସ୍ତିଷ୍କରେ କ୍ଲଷ୍ଟର ଏନ ନାମକ ଏକ ଅଂଶ ରହିଛି । ଏହା ଚୁମ୍ବକୀୟ କ୍ଷେତ୍ର ସହ ଯୋଗାଯୋଗ ରଖିଥାଏ ।

ୟୁରୋପିଆନ ଜର୍ଣ୍ଣାଲ ଅଫ ନ୍ୟୁରୋ ସାଇନ୍ସରେ ଏହି ତଥ୍ୟ ପ୍ରକାଶ ପାଇଛି । ପକ୍ଷୀ ଉଡିବା ସମୟରେ କ୍ଲଷ୍ଟର ଏନକୁ ଆକ୍ଟିଭେଟ କରନ୍ତି । ଯେତେବେଳେ ଧରାପୃଷ୍ଠକୁ ଆସେ କିମ୍ବା ବିଶ୍ରାମ କରେ ସେତେବେଳେ ଏହାକୁ ଡିଆକ୍ଟିଭ କରିଦିଏ । ମନୁଷ୍ୟ ଏହି ଚୁମ୍ବକୀୟ କ୍ଷେତ୍ରର ସ୍ୱତଃ ବ୍ୟବହାର କରିପାରେନି । ମାତ୍ର କେତେକ ପକ୍ଷୀ ଓ ପଶୁ ଏହାର ଭଲ ବ୍ୟବହାର କରନ୍ତି । ପକ୍ଷୀଙ୍କ ମାଇଗ୍ରେସନ ଏକ ପ୍ରକାର ବ୍ରେନ ୱାର୍କିଂ କହିଲେ ଭୁଲ ହେବନି । ଉଡିବା ସମୟରେ ଏହା ମାଧ୍ୟମରେ ସେମାନେ ସମ୍ବାଦ ଦେବା ନେବା ପରିପାରନ୍ତି ।

Comments are closed.