Latest Odisha News

BREAKING NEWS

କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ

ନୂଆଦିଲ୍ଲୀ : କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ । ଏହା କହିଛନ୍ତି, କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି- ଲୋକଙ୍କ ଭିତରେ ରାଗ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ତେବେ ଆସନ୍ତା ଅକ୍ଟୋବର- ନଭେମ୍ବର ବେଳକୁ କୋଭିଡ ସଂକ୍ରମଣ ସର୍ବୋଚ୍ଚ ସ୍ତରକୁ ଯାଇପାରେ । ମାତ୍ର ବର୍ତ୍ତମାନ ଯେଉଁ ସଂଖ୍ୟାରେ ସଂକ୍ରମଣ ଚାଲିଛି ତାହାର ଅଧା ହେବ । ତେବେ ତୃତୀୟ ଲହରରେ ସଂକ୍ରମଣ ପୂର୍ବ ତୁଳନାର ଅଧିକ ହେବ ବୋଲି କହିଛନ୍ତି ମନୀନ୍ଦ୍ର ଅଗ୍ରୱାଲ ।

ବୈଜ୍ଞାନିକ ଅଗ୍ରୱାଲ ଆହୁରି କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ଦେଶରେ ଜନଜୀବନ ସ୍ବାଭାବିକ ହୋଇପାରେ । ଆଗକୁ ଅନ୍ୟ କୌଣସି ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ନାହିଁ । ଅନ୍ୟ ଏକ ଆକଳନରୁ କୁହାଯାଇଛି ଯେ, ଆସନ୍ତା ଅଗଷ୍ଟରେ ୨୫ ପ୍ରତିଶତ ଅଧିକ ସଂକ୍ରମଣଶୀଳ ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ରହିଛି । ମାତ୍ର ଏହା ଡେଲଟା ପ୍ଲସ ହୋଇନପାରେ ବୋଲି ସେ କହିଛନ୍ତି । ଅନ୍ୟ ଏକ ଆକଳନ ଅନୁସାରେ, ତୃତୀୟ ଲହରରେ ଦେଶରେ ସଂକ୍ରମଣ ସଂଖ୍ୟା ଦେଢ ଲକ୍ଷରୁ ୨ ଲକ୍ଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ଏହି ପ୍ୟାନେଲରେ ମନୀନ୍ଦ୍ର ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ସଦସ୍ୟ ଅଛନ୍ତି ସେମାନେ ହେଲେ- ଏମ. ବିଦ୍ୟାସାଗର, ଲେଫ୍ଟନାଣ୍ଟ ଜେନରାଲ, ମାଧୁରୀ କାନିତକର ।

Leave A Reply

Your email address will not be published.