ଗାବା: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଅଷ୍ଟ୍ରେଲିଆର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରିଛି । ଏବେବି ଫଲୋଅନ ଏଡାଇବାକୁ ଟିମଇଣ୍ଡିଆକୁ ୧୯୫ ରନର ଆବଶ୍ୟକତା ରହିଛି । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ ମ୍ୟାଚ ଡ୍ର ହେବା ସମ୍ଭାବନା ସୃଷ୍ଟି ହୋଇଛି । ଏହା ବ୍ୟତୀତ ବର୍ଷା ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବର୍ତମାନ ପ୍ରଶ୍ନ ଉଠୁଛି ଭାରତ ଗାବା ଟେଷ୍ଟରେ ହାରିଲେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ ? ଯଦି ଗାବା ଟେଷ୍ଟ ଡ୍ର ହୁଏ ତେବେ ଭାରତ ବାକି ୨ଟି ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିପାରିବ ।
ଯଦି ହାରିଯାଏ ତେବେ ୪ର୍ଥ ଓ ୫ମ ଟେଷ୍ଟ ଜିତିବା ସହ ଅଷ୍ଟ୍ରେଲିଆ ଟିମ ବିପକ୍ଷରେ ଶ୍ରୀଲଙ୍କାକୁ ୨ଟି ମ୍ୟାଚରୁ ଗୋଟିକରେ ଡ୍ର କରିବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ୨-୨ରେ ଶେଷ ହେଲେ ଭାରତ ଫାଇନାଲରେ ପ୍ରବେଶ ପାଇଁ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ସିରିଜ ଉପରେ ନିର୍ଭର କରିବ । ଶ୍ରୀଲଙ୍କା ୧-୦ କିମ୍ବା ୨-୦ରେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତ ଫାଇଦାରେ ରହିବ । ଏବେ ପଂଏଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଏବଂ ଭାରତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ଟିମ ୪ର୍ଥ ସ୍ଥାନରେ ରହିଛି ।