Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତ କିପରି କାଟିବ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇ ସାରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ନିମନ୍ତେ ଭାରତ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ କୌଣସି ଭାବେ ବାଂଲାଦେଶକୁ ଟିମକୁ ହାଲକା ଭାବେ ନେବେ ନାହିଁ । ଡବ୍ଲ୍ୟୁଟିସି ଚାମ୍ପିୟନଶିପ ୨୦୨୩-୨୫ ପଂଏଟ ଟେବୁଲରେ ଭାରତ ଏବେ ୯ ମ୍ୟାଚରୁ ୬ ବିଜୟ ସହ ଶୀର୍ଷରେ ରହିଛି । ଆଗକୁ ଟିମ ଇଣ୍ଡିଆ ଆଉ ୧୦ଟି ମ୍ୟାଚ ଖେଳିବ । ଏଥିରେ ବାଂଲାଦେଶ ବିପକ୍ଷରେ ୨ଟି, ନ୍ୟୁଜିଲାଣ୍ଡ ବିରୋଧରେ ୩ଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ ଖେଳିବ ।

ଫାଇନାଲ ପ୍ରବେଶ ପାଇଁ ଭାରତକୁ ୧୦ରୁ ୬ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଏହା ପରେ ଭାରତର ପ୍ରତିଶତ ୬୪.୦୩ ରହିବ ଏବଂ ଦଳ ସହଜରେ ଫାଇନାଲର ଟିକେଟ କାଟିପାରିବ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଡବ୍ଲ୍ୟୁଟିସିର ଏ ପର୍ଯ୍ୟନ୍ତ ୨ଟି ସଂସ୍କରଣ ହୋଇଛି । ଭାରତ ୨ଥର ଯାକ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ । ଏଥର ରୋହିତ ବାହିନୀ ଟି୨୦ ବିଶ୍ୱକପ ଜିତିବା ପରେ ଏବେ ଏହି ସୁଯୋଗ କୌଣସିମତେ ଛାଡିବାକୁ ଚାହିଁବେ ନାହିଁ ।

Comments are closed.