Latest Odisha News

BREAKING NEWS

Facebookରେ କେମିତି ହୋଇଥାଏ ମୋନିଟାଇଜେସନ? ୧୦୦୦ ଫୋଲର୍ସରେ ମିଳିଥାଏ କେତେ ଟଙ୍କା

ନୂଆଦିଲ୍ଲୀ:  ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ରୋଜଗାରର ଏକ ବଡ଼ ଉପାୟ ମଧ୍ୟ ହୋଇପଡ଼ିଛି। ବିଶ୍ୱର ସବୁଠାରୁ ପୁରୁଣା ଓ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଫେସବୁକ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ପଇସା ରୋଜଗାର କରିବାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଫେସବୁକରେ ରୋଜଗାର କରିବା ପାଇଁ କେତେ ଫଲୋଅର୍ସ ଦରକାର, କେତେ ଭ୍ୟୁ ଆବଶ୍ୟକ ଏବଂ ମୋନିଟାଇଜେସନ କିପରି ଆରମ୍ଭ ହୁଏ? ମାତ୍ର ୧୦୦୦ ଫଲୋଅର୍ସ ଥିଲେ ପଇସା ମିଳିପାରିବ କି? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା। ଫେସବୁକରେ ମୋନିଟାଇଜେସନ କିପରି କାମ କରେ?
ଫେସବୁକର ମୋନିଟାଇଜେସନ ସିଷ୍ଟମ ‘ମେଟା ଫର କ୍ରିଏଟର୍ସ’ ପ୍ରୋଗ୍ରାମ ଅଧୀନରେ ଚାଲେ, ଯାହା ନିୟମିତ ଭାବେ କଣ୍ଟେଣ୍ଟ ପ୍ରଦାନ କରୁଥିବା କ୍ରିଏଟରମାନଙ୍କୁ ଟାର୍ଗେଟ କରେ। ମୋନିଟାଇଜେସନ ପାଇଁ ଫେସବୁକ ଅନେକ ଟୁଲ୍‌ ଯୋଗାଇ ଦେଇଛି, ଯେପରିକି ଇନ୍‌-ଷ୍ଟ୍ରିମ ଆଡ୍‌ସ (ଭିଡିଓ ମଧ୍ୟରେ ଚାଲୁଥିବା ବିଜ୍ଞାପନ), ଫ୍ୟାନ ସବସ୍କ୍ରିପସନ (ସବସ୍କ୍ରାଇବରଙ୍କଠାରୁ ରୋଜଗାର), ବ୍ରାଣ୍ଡେଡ କଣ୍ଟେଣ୍ଟ ଏବଂ ଫେସବୁକ ରିଲ୍ସ ବୋନସ।

କିପରି ଆରମ୍ଭ କରିପାରିବେ ରୋଜଗାର?
ଯଦି ଆପଣ ଜଣେ ଭିଡିଓ କ୍ରିଏଟର ଏବଂ ଫେସବୁକରେ ନିୟମିତ କଣ୍ଟେଣ୍ଟ ପୋଷ୍ଟ କରୁଛନ୍ତି, ତେବେ ଇନ-ଷ୍ଟ୍ରିମ ଆଡ୍‌ସ ମାଧ୍ୟମରେ ଆପଣ ରୋଜଗାର ଆରମ୍ଭ କରିପାରିବେ। କିନ୍ତୁ ଏଥିପାଇଁ କିଛି ଯୋଗ୍ୟତା ପୂରଣ କରିବାକୁ ହେବ। ପ୍ରଥମେ, ଆପଣଙ୍କ ପେଜରେ ଅତି କମରେ ୧୦,୦୦୦ ଫଲୋଅର୍ସ ଥିବା ଆବଶ୍ୟକ। ଏହା ସହ ଗତ ୬୦ ଦିନ ମଧ୍ୟରେ ଆପଣଙ୍କ ଭିଡିଓର ମୋଟ ୬୦,୦୦୦ ମିନିଟ ଓ୍ଵାଚ ଟାଇମ ହାସଲ ହୋଇଥିବା ଦରକାର। ଏହା ବ୍ୟତୀତ, ଆପଣଙ୍କ କଣ୍ଟେଣ୍ଟ ଫେସବୁକର କମ୍ୟୁନିଟି ଗାଇଡଲାଇନ ଏବଂ ମୋନେଟାଇଜେସନ ପଲିସି ଅନୁଯାୟୀ ହେବା ଜରୁରୀ।

୧୦୦୦ ଫଲୋଅର୍ସରେ ପଇସା ମିଳିବ କି?
ଏବେ ପ୍ରଶ୍ନ ଉଠୁଛି, ମାତ୍ର ୧୦୦୦ ଫଲୋଅର୍ସ ଥିଲେ ପଇସା ମିଳିବ କି? ଏହାର ସିଧାସଳଖ ଉତ୍ତର ହେଉଛି ନା। କେବଳ ୧୦୦୦ ଫଲୋଅର୍ସ ଥିଲେ ଫେସବୁକ ଆପଣଙ୍କୁ ସିଧାସଳଖ ପଇସା ଦେବ ନାହିଁ। ତେବେ, ଯଦି ଆପଣଙ୍କ ରିଚ୍‌ ଭଲ ଅଛି, ଭିଡିଓରେ ଭ୍ୟୁ ବଢ଼ୁଛି ଏବଂ ଆପଣ କୌଣସି ବ୍ରାଣ୍ଡ ସହ ଡିଲ କରୁଛନ୍ତି, ତେବେ ବ୍ରାଣ୍ଡ ସ୍ପନସରସିପ୍‌ ମାଧ୍ୟମରେ ଆପଣ ରୋଜଗାର କରିପାରିବେ। କିନ୍ତୁ ମେଟାର ଅଫିସିଆଲ ମୋନେଟାଇଜେସନ ପଲିସି ଅନୁଯାୟୀ, ଇନ-ଷ୍ଟ୍ରିମ ଆଡ୍‌ସ ଓ ବୋନସ ପ୍ରୋଗ୍ରାମ ଭଳି ସୁବିଧା କେବଳ ତେବେ ମିଳିଥାଏ, ଯେତେବେଳେ ଆପଣଙ୍କ ଫଲୋଅର୍ସ ସଂଖ୍ୟା ଓ ଓ୍ଵାଚ ଟାଇମ ତାଙ୍କ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିଥାଏ।ଫେସବୁକ ରିଲ୍ସ ମାଧ୍ୟମରେ ରୋଜଗାର
ଫେସବୁକ ରିଲ୍ସ ମାଧ୍ୟମରେ ମଧ୍ୟ କ୍ରିଏଟରମାନେ ଭଲ ରୋଜଗାର କରିପାରନ୍ତି। ମେଟା ଏକ ‘ରିଲ୍ସ ବୋନସ ପ୍ରୋଗ୍ରାମ’ ଆରମ୍ଭ କରିଛି, ଯେଉଁଥିରେ ମାସିକ ଭିତ୍ତିରେ ନିର୍ଦ୍ଦିଷ୍ଟ କ୍ରିଏଟରମାନଙ୍କୁ ସେମାନଙ୍କ ରିଲ୍ସର ପରଫରମାନ୍ସ ଆଧାରରେ ବୋନସ ଦିଆଯାଏ। ଏଥିପାଇଁ ଫେସବୁକ ନିଜେ କ୍ରିଏଟରମାନଙ୍କୁ ନିମନ୍ତ୍ରଣ କରିଥାଏ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ।

Comments are closed.