ଭୁବନେଶ୍ବର: ଯଦି ଆପଣ କ୍ଷୀର ସହିତ ଚା’ ପିଇବାକୁ ପସନ୍ଦ କରନ୍ତି, ତେବେ ଆପଣ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଚା’ କୁ ଅତ୍ୟଧିକ ଫୁଟାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଚା’ରେ କ୍ଷୀର ମିଶାଇବା ପରେ ଏହାକୁ ୨ ରୁ ୩ ମିନିଟରୁ ଅଧିକ ସମୟ ଫୁଟାନ୍ତୁ ନାହିଁ ।
ଯଦି ଚା’ରେ ଢାଳିବାକୁ ଥିବା କ୍ଷୀର ଗରମ ଅଛି, ତେବେ ଆପଣ ଚା’ ଫୁଟିବା ସମୟକୁ ଟିକେ କମ୍ କରିପାରିବେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷୀର ସହିତ ଚା’ଫୁଟାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତିନି ମିନିଟରୁ ଅଧିକ ସମୟ ପାଇଁ ଚା ’ ଫୁଟାଇଲେ ମଧ୍ୟ ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଏ । ସେହିପରି କିଛି ଲୋକ ଚା’କୁ ପୁନଃ ଗରମ କରି ପିଅନ୍ତି , କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ । ଏପରି ଚା’ ପିଇଲେ ରୋଗ ହେବାର ଆଶଙ୍କା ଦେଖାଯାଇଥାଏ ।
ତେଣୁ ଚା’ କପ୍ ହାତକୁ ଆସିବା ପରେ ଅଳ୍ପ ସମୟ ମଧ୍ୟରେ ଆପଣ ସେହି ଚା’କୁ ପିଇ ଦେବା ଉଚିତ୍ ।
Comments are closed.