Latest Odisha News

BREAKING NEWS

ରୋହିତ, ବିରାଟ ଆଉ କେତେ ଦିନ ଟିମ ସହିତ ରହିବେ ଖୁଲାସା କଲେ ଗାଭାସ୍କର

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବୋର୍ଡ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏହି ଦୁଇ ମହାନ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ପୂର୍ବ ଖେଳାଳି ମଧ୍ୟ ସେମାନଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ଭାବେ ମତ ଦେଇଛନ୍ତି । ଭାରତର ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏବେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ଚୟନ କମିଟିଙ୍କ ହାତରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପ୍ରବେଶ କରି ନ ପାରିବା ନେଇ ବୋର୍ଡ କ୍ଷୁବ୍ଧ ଅଛି ।

ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିଙ୍କୁ ଚୟନ କମିଟି ଗୁରୁତ୍ୱ ଦେବା ଜରୁରୀ ବୋଲି ଗାଭାସ୍କର କହିଛନ୍ତି । ନୀତିଶ ରେଡ୍ଡୀଙ୍କ ପ୍ରଦର୍ଶନ ମୋତେ ପ୍ରଭାବିତ କରିଛି ବୋଲି ଲିଟିଲ ମାଷ୍ଟର କହିଛନ୍ତି । ସେହିପରି ବୋଲିଂରେ କେବଳ ଯଶପ୍ରୀତ ବୁମରାହଙ୍କ ଉପରେ ନିର୍ଭର ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସୁଯୋଗକୁ ଅପେକ୍ଷା କରିଥିବା ଯୁବ ବୋଲରଙ୍କୁ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଖେଳାଇବାକୁ ପଡିବ । ସବୁ ପରିସ୍ଥିତି ପାଇଁ ଆମକୁ ଏକ ଭଲ ବୋଲିଂ ଲାଇନ ଅପ ପ୍ରସ୍ତୁତ ରଖିବାକୁ ପଡିବ ବୋଲି ଗାଭାସ୍କର କହିଛନ୍ତି ।

Leave A Reply

Your email address will not be published.