ନୂଆଦିଲ୍ଲୀ: ଭାରତର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଅର୍ଥନୀତି ଏବେ ଧନୀମାନଙ୍କର ନୂଆ ରେକର୍ଡ ସୃଷ୍ଟି କରୁଛି। ମର୍ସିଡିଜ୍ ବେଞ୍ଜ ହୁରୁନ୍ ଇଣ୍ଡିଆ ଓ୍ଵେଲଥ୍ ରିପୋର୍ଟ ୨୦୨୫ ଅନୁସାରେ, ଦେଶରେ କୋଟିପତି ପରିବାରଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ ଭାରତରେ ପ୍ରାୟ ପ୍ରତି ୩୦ ମିନିଟରେ ଜଣେ ନୂଆ କୋଟିପତି ପରିବାର ଯୋଗ ହେଉଛି। ୨୦୨୧ରେ ଯେଉଁଠାରେ ଭାରତରେ କୋଟିପତି ପରିବାରଙ୍କ ସଂଖ୍ୟା ୪.୫୮ ଲକ୍ଷ ଥିଲା, ସେଠାରେ ୨୦୨୫ ସୁଦ୍ଧା ଏହା ୯୦ ପ୍ରତିଶତ ବୃଦ୍ଧି ପାଇ ୮.୭୧ ଲକ୍ଷକୁ ପହଞ୍ଚିଛି। ଅର୍ଥାତ୍, ପ୍ରାୟ ଚାରି ବର୍ଷରେ ଭାରତରେ କୋଟିପତି ପରିବାରଙ୍କ ସଂଖ୍ୟା ଲଗଭଗ ଦୁଇଗୁଣା ହୋଇଛି। ରିପୋର୍ଟ ଅନୁସାରେ, ଯେଉଁ ପରିବାରଙ୍କର ମୋଟ ସମ୍ପତ୍ତି ୮.୫ କୋଟି କିମ୍ବା ତା’ଠାରୁ ଅଧିକ, ସେମାନଙ୍କୁ କୋଟିପତି ପରିବାର ଶ୍ରେଣୀରେ ରଖାଯାଇଛି।
ରିପୋର୍ଟ ଅନୁସାରେ, ମୁମ୍ବାଇକୁ ଦେଶର କୋଟିପତି ରାଜଧାନୀ ଭାବେ ଘୋଷଣା କରାଯାଇଛି। ମୁମ୍ବାଇରେ ୧.୪୨ ଲକ୍ଷ ଧନୀ ପରିବାର ଅଛନ୍ତି। ରାଜ୍ୟ ଅନୁସାରେ ଦେଖିଲେ, ମହାରାଷ୍ଟ୍ର ୧.୭୫ ଲକ୍ଷ କୋଟିପତି ପରିବାର ସହିତ ଶୀର୍ଷରେ ରହିଛି। ଏହା ପରେ ତାମିଲନାଡୁରେ ୭୨,୬୦୦, ଦିଲ୍ଲୀରେ ୬୮,୨୦୦ ଏବଂ ବେଙ୍ଗାଲୁରୁ ୩୧,୬୦୦ କୋଟିପତି ପରିବାର ସହିତ ଚତୁର୍ଥ ସ୍ଥାନରେ ଅଛି। ଦିଲ୍ଲୀ ଏବଂ ତାମିଲନାଡୁରେ ଏହି ବୃଦ୍ଧି ଟେକ୍ନୋଲୋଜି, ଆର୍ଥିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଏବଂ ଶକ୍ତିଶାଳୀ ବଜାର ଯୋଗୁଁ ହୋଇଛି।
ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସିଇଓ ସନ୍ତୋଷ ଆୟାରଙ୍କ ମତରେ, ଭାରତର ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ୁଥିବା ଘରୋଇ ବଜାର ଏବଂ ଯୁବ ପିଢ଼ିର ବଢ଼ୁଥିବା ଆକାଂକ୍ଷା ଦ୍ୱାରା ଚାଳିତ। ତାଙ୍କ ମତରେ, ବର୍ତ୍ତମାନ ବିଳାସପୂର୍ଣ୍ଣ ଜିନିଷ କିଣିବାରେ ଜେନେରେସନ୍ ଜେଡ୍ ସବୁଠାରୁ ଆଗରେ ଅଛନ୍ତି। ହୁରୁନ୍ ଇଣ୍ଡିଆର ପ୍ରତିଷ୍ଠାତା ଅନସ୍ ରହମାନ ଜୁନୈଦ କହିଛନ୍ତି ଯେ ଭାରତରେ ବିଳାସପୂର୍ଣ୍ଣ କାରର ବୃଦ୍ଧି, ଅରବପତିଙ୍କ ସଂଖ୍ୟା ବୃଦ୍ଧି, ଶେୟାର ବଜାରର ପ୍ରଦର୍ଶନ ଏବଂ ଜିଡିପିକୁ ଏକ ମାପକାଠିରେ ସମେତ କରି ଭାରତର ଅର୍ଥନୈତିକ ଉତ୍ଥାନର ଦ୍ରୁତ ଗତି ଦର୍ଶାଇଛି।
ଭାରତୀୟ କୋଟିପତି ପରିବାରମାନେ ସବୁଠାରୁ ଅଧିକ ଶେୟାର, ରିଅଲ୍ ଇଷ୍ଟେଟ୍ ଏବଂ ସୁନା ଉପରେ ଖର୍ଚ୍ଚ କରୁଛନ୍ତି। ଏହା ସହିତ, ଭାରତରେ ୫୦ ପ୍ରତିଶତରୁ ଅଧିକ କୋଟିପତିଙ୍କ ପାଖରେ ବିଳାସପୂର୍ଣ୍ଣ କାର ରହିଛି। ଏହା ବ୍ୟତୀତ, ପୁରୁଷମାନେ ରୋଲେକ୍ସ ଘଣ୍ଟା, ମହିଳାମାନେ ଆଭୂଷଣ ଏବଂ ପିଲାମାନଙ୍କ ପାଇଁ ଖେଳଣା ସବୁଠାରୁ ଅଧିକ କିଣୁଛନ୍ତି। ୪୫ ପ୍ରତିଶତ କୋଟିପତିଙ୍କର ଶୌକ ହେଉଛି ଭ୍ରମଣ, ଏହା ପରେ ପଢ଼ିବା ଏବଂ ରୋଷେଇ କରିବା। ଏହି ରିସର୍ଚ୍ଚ ଅନୁସାରେ, ଭାରତୀୟ କୋଟିପତିମାନେ ଏମିରେଟ୍ସକୁ ସବୁଠାରୁ ପସନ୍ଦର ଏୟାରଲାଇନ୍ ମାନୁଛନ୍ତି ଏବଂ ତାଜ ହୋଟେଲକୁ ରହିବା ପାଇଁ ସବୁଠାରୁ ବିଳାସପୂର୍ଣ୍ଣ ମାନୁଛନ୍ତି।
BREAKING NEWS
- Preventive Arrest: ପ୍ରିଭେଣ୍ଟିଭ୍ ଆରେଷ୍ଟ କ’ଣ? କ’ଣ ଅପରାଧ ପୂର୍ବରୁ ବାନ୍ଧି ପାରିବ ପୋଲିସ୍?
- Flash Flood in Nepal:ନେପାଳରେ ପୁଣି ବନ୍ୟାର ତାଣ୍ଡବ; ୩ଟି ପୋଲ ଭାସିଯାଇଛି ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି; ଉଦ୍ଧାର କାର୍ଯ୍ୟ ଜାରି
- ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ୫ ବର୍ଷର ଝିଅ ମୃତ, ମା ଓ ବାପା ଗୁରୁତର
- ଆଜିଠୁ ନବରାତ୍ରୀ; ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
- UK wildlife park: ବୁଲିବାକୁ ଯାଇଥିଲେ ଚିଡ଼ିଆଖାନା, ବାଘ ମୁହଁରେ ପଡ଼ିଗଲେ ବ୍ୟକ୍ତି! ତା’ପରେ ଯାହା ଘଟିଲା… ଚିଡ଼ିଆଖାନାରେ ହଇଚଇ!
- ଟ୍ରକକୁ ପଛରୁ ଧକ୍କା ଦେଲା ବସ୍; ୩୩ ଆହତ, ୧୦ ଗୁରୁତର
- ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…
- ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍ 3, ୪୦୦ କୋଟି ପାର୍
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି

Comments are closed.