Latest Odisha News

BREAKING NEWS

Youtubeରେ ଗୋଲ୍ଟ ବଟନ୍ ମିଳିଲେ କେତେ ହୋଇଯାଏ ରୋଜଗାର ? ଏଥିରେ କତେ ଟଙ୍କା ଦେବାକୁ ପଡ଼େ ଟ୍ୟାକ୍ସ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube କେବଳ କଳା ଦେଖାଇବାର ମଞ୍ଚ ନୁହେଁ, ଅର୍ଥନୈତିକ ସ୍ୱାଧୀନତା ଦେବାର ଏକ ବଡ଼ ପ୍ଲାଟଫର୍ମ ମଧ୍ୟ ହୋଇଗଲାଣି। କିନ୍ତୁ YouTube ରେ ଟଙ୍କା କମେଇବା କେବଳ ଭିଡିଓ ପଅପଲୋଡ଼ କରି ଭ୍ୟୁଜ୍ ପାଇବା ନୁହେଁ। ଏଥିପାଇଁ YouTube Partner Program (YPP) ରେ ଯୋଗ ଦେବାକୁ ପଡ଼େ। ତା’ପରେ ହିଁ ଭିଡିଓ ଉପରେ ବିଜ୍ଞାପନ ଜରିଆରେ ରୋଜଗାର କରାଯାଇପାରେ।

ଏହା ସହିତ YouTube ନିଜ କ୍ରିଏଟରମାନଙ୍କୁ ସବସ୍କ୍ରାଇବର ମାଇଲଷ୍ଟୋନ ପୂରା ହେଲେ Creator Awards ମଧ୍ୟ ଦେଇଥାଏ।
• ୧ ଲକ୍ଷ ସବସ୍କ୍ରାଇବର → Silver Play Button
• ୧୦ ଲକ୍ଷ (୧ ମିଲିୟନ) → Gold Play Button
• ୧ କୋଟି → Diamond Play Button
• ୫ କୋଟି → Ruby କିମ୍ବା Custom Play Button

ତେବେ ପ୍ରଶ୍ନ ଉଠୁଛି – Gold Play Button ପାଇବା ପରେ କ୍ରିଏଟରଙ୍କ ରୋଜଗାର କେତେ ହୋଇଥାଏ ଆଉ ଏହା ଉପରେ ଟ୍ୟାକ୍ସ କେତେ ଲାଗେ?
୧୦ ଲକ୍ଷ ସବସ୍କ୍ରାଇବର ଥିବା ଚ୍ୟାନେଲ ଯଦି ନିୟମିତ ଭିଡିଓ ଅପଲୋଡ଼ କରେ ଆଉ ଭଲ ଭ୍ୟୁଜ୍ ଆସେ, ତେବେ ବିଜ୍ଞାପନ ଜରିଆରେ ହଜାରେ ଭ୍ୟୁଜ୍ ପିଛା ପ୍ରାୟ ୨ ଡଲାର (ଭାରତରେ ପ୍ରାୟ ୧୫୦-୧୬୦ ଟଙ୍କା) ରୋଜଗାର ହୋଇପାରେ। ଅର୍ଥାତ୍ ଏହି ସ୍ତରର କ୍ରିଏଟର ବର୍ଷକୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜରେ କମେଇ ପାରନ୍ତି। ଏହା ଛଡ଼ା ଅନେକ ବଡ଼ ବ୍ରାଣ୍ଡ ସିଧାସଳଖ ଯୋଗାଯୋଗ କରି ସ୍ପନସରସିପ୍ ଓ ବିଜ୍ଞାପନ ଦେଇଥାନ୍ତି, ଯାହାଦ୍ୱାରା ରୋଜଗାର ଆହୁରି ବଢ଼ିଯାଏ।

ଭାରତରେ YouTube ରୋଜଗାରକୁ ସାଧାରଣ ଆୟ ଭାବେ ଗଣାଯାଏ ଆଉ ଏହା ଉପରେ ଇନକମ ଟ୍ୟାକ୍ସ ନିୟମ ଲାଗୁ ହୋଇଥାଏ (ଓଲ୍ଡ ଟ୍ୟାକ୍ସ ରେଜିମ ଅନୁସାରେ):
• ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ → କୌଣସି ଟ୍ୟାକ୍ସ ନାହିଁ
• ୨.୫ ଲକ୍ଷରୁ ୫ ଲକ୍ଷ → ୫%
• ୫ ଲକ୍ଷରୁ ୧୦ ଲକ୍ଷ → ୨୦%
• ୧୦ ଲକ୍ଷରୁ ଉପରେ → ୩୦%
ତେଣୁ ଯଦି ଜଣେ Gold Play Button ବିଜେତାଙ୍କ ବାର୍ଷିକ ରୋଜଗାର ୪୦ ଲକ୍ଷ ଟଙ୍କା ହୁଏ, ତେବେ ସେ ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ତେଣୁ YouTube ଏବେ କେବଳ ଶୌଖ ନୁହେଁ, ଏକ ପୂର୍ଣ୍ଣକାଳୀନ ପେଶା ହୋଇଗଲାଣି ଆଉ ଏହାର ସଫଳତା ସହିତ ଟ୍ୟାକ୍ସ ଦାୟିତ୍ୱ ମଧ୍ୟ ବଢ଼ିଯାଏ।

Leave A Reply

Your email address will not be published.