Latest Odisha News

BREAKING NEWS

ଆଜିଠୁ ଆଇପିଏଲ ମ୍ୟାଚ୍‌: ଆରସିବି-ହାଇଦ୍ରାବାଦ ମୁହାଁମୁହିଁ; ନୂଆ ନିୟମରେ କ’ଣ ସବୁ ପରିବର୍ତ୍ତନ?

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣର ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ ହେବ। ବର୍ତ୍ତମାନର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍) ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ।

ଏହି ଉଦ୍‌ଘାଟନୀ ମ୍ୟାଚ୍ ବେଙ୍ଗାଳୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭:୩୦ ଟା ସମୟରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ମେ ୩୧ ତାରିଖରେ ଫାଇନାଲ୍ ସହ ଶେଷ ହେବ। ମୋଟ ୭୪ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ୭୦ଟି ଲିଗ୍ ମ୍ୟାଚ୍ ଏବଂ ପ୍ଲେଅଫ୍ ମ୍ୟାଚ୍ ସାମିଲ୍ ଅଛି।

୧୦ ଟିମ୍ ଏବଂ ଗ୍ରୁପ୍ ବିଭାଜନ ଏଥର ମଧ୍ୟ ୧୦ଟି ଟିମ୍ ପ୍ରତିଯୋଗିତା କରୁଛନ୍ତି। ଟିମ୍‌ଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି:

  • ଗ୍ରୁପ୍ ଏ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ), କୋଲକାତା ନାଇଟ୍ ରାଇଡର୍ସ (କେକେଆର୍), ରାଜସ୍ଥାନ ରୟାଲ୍ସ (ଆରଆର୍), ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି), ପଞ୍ଜାବ୍ କିଙ୍ଗ୍ସ (ପିବିକେଏସ୍)।
  • ଗ୍ରୁପ୍ ବି: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ), ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍), ଗୁଜରାଟ ଟାଇଟାନ୍ସ (ଜିଟି), ଦିଲ୍ଲୀ କ୍ୟାପିଟାଲ୍ସ (ଡିସି), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି)।

ଗ୍ରୁପ୍ ଭିତରର ଟିମ୍ ଗୁଡିକ ପରସ୍ପର ସହ ଥରେ ଲେଖାଏଁ ଏବଂ ଅନ୍ୟ ଗ୍ରୁପ୍ ଟିମ୍ ସହ ଦୁଇଥର ମୁକାବିଲା କରିବ। ମୋଟ୍ ଚାରି ଟିମ୍ ପ୍ଲେଅଫ୍‌କୁ ଯିବେ।

ଭେନ୍ୟୁ ଏବଂ ସମୟ ଟୁର୍ଣ୍ଣାମେଣ୍ଟ ୧୩ଟି ଭେନ୍ୟୁରେ ଖେଳାଯିବ। କିଛି ଟିମ୍ ନିଜର ହୋମ୍ ମ୍ୟାଚ୍ ଦୁଇଟି ସ୍ଥାନରେ ଖେଳିବେ। ଯେମିତି- ଆରସିବି ର ଦୁଇଟି ହୋମ୍ ମ୍ୟାଚ୍ ରାୟପୁରରେ ହେବ। ପଞ୍ଜାବ୍ କିଙ୍ଗ୍ସ ନୂଆ ଚଣ୍ଡିଗଡ଼ ଏବଂ ଧର୍ମଶାଳାରେ ଖେଳିବ। ରାଜସ୍ଥାନ ରୟାଲ୍ସ ଜୟପୁର ଏବଂ ଗୁୱାହାଟୀରେ ମ୍ୟାଚ୍ ଆୟୋଜନ କରିବ।

ମ୍ୟାଚ୍ ସମୟ: ସନ୍ଧ୍ୟା ମ୍ୟାଚ୍ ୭:୩୦ ଟା ଏବଂ ଦିନର ମ୍ୟାଚ୍ ୩:୩୦ ଟାରୁ ଆରମ୍ଭ ହେବ। କିଛି ଡବଲ୍ ହେଡର୍ ମ୍ୟାଚ୍ ଦିନରେ ମଧ୍ୟ ଖେଳାଯିବ।

ନୂଆ ନିୟମ ଏବଂ ପରିବର୍ତ୍ତନ ଏଥର କିଛି କଡ଼ା ନିୟମ ଲାଗୁ ହୋଇଛି:

  • ମ୍ୟାଚ୍ ଦିନରେ କୌଣସି ଟିମ୍ ପ୍ରାକ୍ଟିସ୍ କରିପାରିବ ନାହିଁ
  • ପ୍ରତି ଟିମ୍‌କୁ ମାତ୍ର ଦୁଇଟି ପ୍ରାକ୍ଟିସ୍ ମ୍ୟାଚ୍ ଅନୁମତି ମିଳିବ
  • ପ୍ରାକ୍ଟିସ୍ ନେଟ୍ ସେୟାର୍ କରାଯିବ ନାହିଁ
  • ମ୍ୟାଚ୍ ପୂର୍ବରୁ ଚାରିଦିନ ପିଚ୍‌ରେ ଟ୍ରେନିଂ ବନ୍ଦ ରହିବ
  • ଖେଳାଳିଙ୍କ ପରିବାର ଏବଂ ବନ୍ଧୁଙ୍କୁ ଟିମ୍ ସହ ଯାତ୍ରା କରିବାକୁ ଅନୁମତି ନାହିଁ

ଏଥର ଅନେକ ବଡ଼ ଟ୍ରେଡ୍ ଏବଂ ପ୍ଲେୟାର୍ ପରିବର୍ତ୍ତନ ହୋଇଛି। ସଞ୍ଜୁ ସାମସନ୍ ରାଜସ୍ଥାନରୁ ଚେନ୍ନାଇକୁ ଯାଇଛନ୍ତି। ଏହା ଧୋନିଙ୍କ ଶେଷ ସିଜନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନେକ ବିଦେଶୀ ଖେଳାଳି ଇଞ୍ଜୁରି କାରଣରୁ ପ୍ରଥମ ଭାଗରେ ଖେଳିପାରିବେ ନାହିଁ।

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ରୋମାଞ୍ଚକର ସିଜନ୍ ହେବ ବୋଲି ଆଶା କରାଯାଉଛି। ପ୍ଲେଅଫ୍ ସମୟସୂଚୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ସମସ୍ତ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ଏବଂ ଜିୟୋ ସିନେମାରେ ଲାଇଭ୍ ଦେଖାଯିବ।

କ୍ରିକେଟ୍ ପ୍ରେମୀମାନେ ଏହି ସିଜନ୍‌କୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜିର ପ୍ରଥମ ମ୍ୟାଚ୍ ସହ ଆଇପିଏଲ୍ ର ନୂଆ ଅଧ୍ୟାୟ ଆରମ୍ଭ ହେବ।

Comments are closed.