ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳୀୟ ନେତା, ଦଳ ବାହାର ସମର୍ଥକ ଆଦି ଅନେକ ଲୋକ କଂଗ୍ରେସର ଏହି ଅଭିଯାନକୁ ସହଯୋଗ କରୁଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଏକ୍ସରେ ଟୁଇଟ୍ କରି ଏବେ ସାର୍ବଜନୀନ କରିଛନ୍ତି, ଏଯାବତ କେତେ ଟଙ୍କା ମିଳିଛି।
ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଦଳକୁ ଦେଶ ପାଇଁ ଦାନ ଅଭିଯାନ ଅଧୀନରେ https://donateinc.in ୫.୩୫ କୋଟି ଟଙ୍କା ମିଳିଛି। ମାତ୍ର ଗୋଟିଏ ସପ୍ତାହରେ ୨ ଲକ୍ଷ ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି।
କ୍ରାଉଡଫଣ୍ଡିଂ ଅଧୀନରେ ଦଳ ୧୦ଟି ରାଜ୍ୟରୁ କେତେ ଚାନ୍ଦା ପାଇଛି ତାହା ମଧ୍ୟ କଂଗ୍ରେସ ନେତା ସାର୍ବଜନୀନ କରିଛନ୍ତି। କେଉଁ ରାଜ୍ୟରୁ କେତେ ପ୍ରତିଶତ ଲୋକ ଏହି ଅଭିଯାନରେ ଭାଗ ନେଇଛନ୍ତି? ଦଳକୁ ଟଙ୍କା ଦାନ କରିବା କ୍ଷେତ୍ରରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି।
ମହାରାଷ୍ଟ୍ରରୁ କଂଗ୍ରେସକୁ ୮୨,୪୮,୨୨୨ ଟଙ୍କା ଚାନ୍ଦା ମିଳିଛି। ସେହିପରି ସବୁଠୁ କମ୍ ମିଳିଛି ନିକଟରେ ଶାସନ ଭାର ହରାଇଥିବା ଛତିଶଗଡ଼ରୁ। ଯେଉଁଠୁ ମାତ୍ର ୧୮,୮୭,୭୪୧ ଟଙ୍କା ଦାନ ପାଇଛି। ରାଜଧାନୀ ଦିଲ୍ଲୀରୁ ୩୮,୯୩,୧୮୧ ଟଙ୍କା ଦାନ ପାଇଛି।
आज शाम 7:30 तक,
5.35 करोड़ रुपए,https://t.co/qPLOKcl3yU पर,
हमारे #DonateForDesh
crowd-funding अभियान के तहत!!2 लाख लोग, केवल एक हफ्ते में ही, इस अभियान से जुड़े!
अब एक नई पहल,-
कुल कितनी राशि इस अभियान के तहत,
किस राज्य से कितनी राशि,
किस राज्य से कितने प्रतिशत लोगों ने इस… pic.twitter.com/bIDRjatGgf— Ajay Maken (@ajaymaken) December 25, 2023
ରାଜସ୍ଥାନରେ କଂଗ୍ରେସକୁ ୫୭,୭୩,୧୪୯ ଟଙ୍କା, ଉତ୍ତରପ୍ରଦେଶରେ ୪୭,୦୭,୧୬୫ ଟଙ୍କା, ହରିୟାଣାରେ ୪୬,୮୪,୦୭୨ ଟଙ୍କା, କର୍ଣ୍ଣାଟକରେ ୩୧,୫୬,୧୯୯ ଟଙ୍କା, ତେଲେଙ୍ଗାନାରେ ୨୭,୮୨,୯୮୭ ଟଙ୍କା ବା ୬.୪୫ ପ୍ରତିଶତ ମିଳିଛି। ମଧ୍ୟପ୍ରଦେଶରେ ୨୭,୦୯,୦୬୪ ବା ମୋଟ ଦାନର ୬.୨୮ ପ୍ରତିଶତ କ୍ରାଉଡଫଣ୍ଡିଂ ମାଧ୍ୟମରେ ମିଳିଥିବା ବେଳେ ତାମିଲନାଡୁରେ ୨୪,୦୬,୮୦୭ (୪.୫୦ ପ୍ରତିଶତ) କ୍ରାଉଡଫଣ୍ଡିଂ ମାଧ୍ୟମରେ ମିଳିଛି।
ବଡ଼ କଥା ହେଉଛି ଓଡ଼ିଶାରୁ ପ୍ରମୁଖ ନେତା ନିରଞ୍ଜନ ପଟ୍ଟନାୟକ, ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରତ୍ୟେକ ଏକ ଲକ୍ଷ ୩୮ ହଜାର ଟଙ୍କା ଲେଖାଏଁ ଦେଇଥିବା ସୂଚନା ମିଳିଛି। ହେଲେ ଓଡ଼ିଶାରୁ ମିିଳିଥିବା ଚାନ୍ଦା ସବୁଠୁ ଅଧିକ ମିଳିଥିବା ୧୦ ରାଜ୍ୟ ତାଲିକାରେ ନଥିବା ଅଜୟ ମାକେନଙ୍କ ଟ୍ବିଟରୁ ଜଣାପଡ଼ିଛି।
Comments are closed.