Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ : ନ୍ୟୁଜିଲାଣ୍ଡର ବିଜୟ ଭାରତକୁ ପକାଇଲା ଅଡୁଆରେ

ନୂଆଦିଲ୍ଲୀ: ମାଂଉଟ ମାଉଙ୍ଗାନେଇରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩୨୩ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ବିଜୟୀ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲାଣ୍ଡ ନିଜ ସ୍ଥିତି ମଜଭୁତ କରିଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ସମସ୍ତ ମୁକାବିଲରେ ବିଜୟୀ ହୋଇ ୭୨ ପଂଏଟ ଏବଂ ଦଳର ବିଜୟ ପ୍ରତିଶତ ୧୦୦ ରହିଛି । ନ୍ୟୁଜିଲାଣ୍ଡ ୩ ମ୍ୟାଚରେ ୨ ଜିତି ୭୭.୭୮ ବିଜୟ ପ୍ରତିଶତ ହାସଲ କରିଛି । ଅନ୍ୟ ଟିମଗୁଡିକ ମଧ୍ୟରେ ଦକ୍ଷିଣ ଆଫ୍ରିକା( ୭୫ ପ୍ରତିଶତ), ଶ୍ରୀଲଙ୍କା (୬୬.୬୭) ଓ ପାକିସ୍ତାନ ୫୦ ପ୍ରତିଶତ ସହ ତୃତୀୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ୨୦୨୭ରେ ଖେଳାଯିବ । ଭାରତୀୟ ଟିମ ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛି । ଦଳର ବିଜୟ ପ୍ରତିଶତ ୪୮.୧୫ ରହିଛି । ଭାରତ ୯ ମ୍ୟାଚ ଖେଳି ୪ରେ ବିଜୟ ହାସଲ କରିଛି । ୪ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଭାରତ ପଛକୁ ଇଂଲଣ୍ଡ(୨୭.୦୮), ବାଂଲାଦେଶ (୧୬.୬୭)ଓ ୱେଷ୍ଟଇଣ୍ଡିଜ(୪.୧୭) ରହିଛନ୍ତି । ଭାରତର ଫାଇନାଲ ପ୍ରବେଶ ଆଶା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । ଅନ୍ୟ ଦଳର ପ୍ରଦର୍ଶନ ଉପରେ ଏଥର ଭାରତର ଭାଗ୍ୟ ନିର୍ଭର କରିବ ।

Leave A Reply

Your email address will not be published.