ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲ୍ଫିର କ୍ରେଜ୍ ସମସ୍ତଙ୍କ ଭିତରେ ଦେଖିବାକୁ ମିଳୁଛି। ଉନ୍ନତମାନର ଟେକ୍ନୋଲୋଜି ଯୋଗୁ ଏ ସବୁ ସମ୍ଭବ ହୋଇପାରିଛି। ହେଲେ ଆପଣ ଜାଣନ୍ତି ଦୁନିଆର ପ୍ରଥମ ସେଲ୍ଫି ଦେଢଶହ ଶତାବ୍ଦୀ ପୂର୍ବରୁ ନିଆଯାଇଥିଲା। ୧୮୫୦ ମସିହାରେ ଦୁନିଆର ପ୍ରଥମ ସେଲ୍ଫି ନିଆଯାଇଥିବା କୁହାଯାଏ।
ଏହା ବର୍ତ୍ତମାନ ଭଳି ଉଜ୍ବଳ ନଥିଲା ଏହା ସେଲ୍ଫ ପୋଟ୍ରେଟ୍ ଥିଲା। ଏହି ସେଲ୍ଫିଟି ସ୍ବିଡିଶ୍ ଆର୍ଟ ଫଟୋଗ୍ରାଫର୍ ଓସ୍କାର ଗୁସ୍ତେଭଙ୍କ ରେଜଲେଣ୍ଡରଙ୍କର ଥିଲା। ଏହି ପୋଟ୍ରେଟ୍ କୁ ୭୦୦୦୦ ପାଉଣ୍ଡରେ ନିଲାମ କରାଯାଇଥିଲା।
ଉଲ୍ଲେଖ ଥାଉ କି ପ୍ରଥମ ସେଲ୍ଫି ୧୮୩୯ ମସିହାରେ ନିଆଯାଇଥିବା କୁହାଯାଏ। ଆମେରିକାର ଫଟୋଗ୍ରାଫର୍ ରୋବର୍ଟ କର୍ଣ୍ଣିଲିୟସ ନିଜ କ୍ୟାମେରାରୁ ଏହି ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ମୋବାଇଲ୍ ଫୋନ୍ ରୁ ନିଆଯାଇଥିବା ଫଟୋକୁ ସେଲ୍ଫି କୁହାଯାଏ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଶବ୍ଦର ପାଦୁର୍ଭାବ ବହୁତ ବୃଦ୍ଧି ପାଇଛି।
ସେଲ୍ଫି ଶବ୍ଦଟି ପ୍ରଥମେ ୧୩ ସେପ୍ଟେମ୍ବର ୨୦୦୨ରେ ଅଷ୍ଟ୍ରେଲିଆ ୱେବ୍ ସାଇଟ୍ ଫୋରମ୍ ଏବିସିରେ ଅନ୍ ଲାଇନ୍ ଦ୍ବାରା ବ୍ୟବହୃତ ହୋଇଥିଲା। ୨୦୧୨ରେ ପ୍ରକାଶିତ ଟାଇମ୍ ମାଗାଜିନ୍ ରେ ୧୦ଟି ମୂଳ ଶବ୍ଦ ମଧ୍ୟରେ ସେଲ୍ଫିକୁ ସ୍ଥାନିତ କରାଯାଇଥିଲା।
୨୦୧୩ରେ ଅକ୍ସଫୋଡ୍ ଅଭିଧାନରେ ସେଲ୍ଫି ଶବ୍ଦଟିକୁ ୱାର୍ଡ ଅଫ୍ ଦ ଇୟର୍ ଭାବେ ଘୋଷଣା କରାଯାଇଥିଲା। ତେବେ ଆଧୁନିକ ଯୁଗର ସେଲ୍ଫି ୨୦୧୧ରେ ନିଆଯାଇଥିବା କୁହାଯାଏ। ପ୍ରଥମ ସେଲ୍ପି ଏକ ମକାଉ ପ୍ରଜାତିର ମାଙ୍କଡର ଉଠାଯାଇଥିଲା।
Comments are closed.