Latest Odisha News

ପୁରୀରୁ ଆରମ୍ଭ ହେଲା ଟ୍ରେନ ସେବା

ପୁରୀ: କରୋନା ମହାମାରୀ କାରଣରୁ ଦୀର୍ଘ ଛଅ ମାସ ହେବ ପୁରୀରେ ବନ୍ଦ ରହିଥିବା ଟ୍ରେନ୍ ସେବା ଗୁରୁବାର ଠାରୁ ଆରମ୍ଭ ହୋଇଛି।

ତିନୋଟି ଆନ୍ତରାଜ୍ୟ ଟ୍ରେନ୍, ପୁରୀ-ନୂଆଦିଲ୍ଲୀ ସ୍ପେଶାଲ୍, ପୁରୀ-ଅହମ୍ମଦାବାଦ ସ୍ପେଶାଲ୍, ପୁରୀ-ଦୁର୍ଗ ସ୍ପେଶାଲ୍ ଠିକ ସମୟରେ ଷ୍ଟେସନ ଛାଡିଛନ୍ତି । ଆହୁରୀ ଚାରିଟି ଟ୍ରେନ୍ ମଧ୍ୟ ଏଠାରୁ ଚାଲିବା ନେଇ ସୂଚନା ମିଳିଛି।

ରାଜ୍ୟ ସରକାର କିଛି ଦିନ ପୂର୍ବରୁ ପୂର୍ବ ତଟ ରେଳବାଇ (ECoR) ଚଳାଚଳ ଉପରୁ ସମସ୍ତ କଟକଣା ପ୍ରତ୍ୟାହାର ହେବା ପରେ ଏଠାରେ ଟ୍ରେନ ସେବା ପୁନଃ ଆରମ୍ଭ ହୋଇଛି।

କୋଭିଡ ୧୯ ମହାମାରୀ ଏବଂ ପରବର୍ତ୍ତୀ ଲକଡାଉନ ଯୋଗୁଁ ମାର୍ଚ୍ଚ ୨୪ ତାରିଖରୁ ପୁରୀରୁ ଟ୍ରେନର ଚଳାଚଳ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.