ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି । ସେ ଏଥର ପିନ୍ଧିଛନ୍ତି ଗୁଜୁରାଟର ଜାମନଗରରେ ଏକ ସ୍ୱତନ୍ତ୍ର ପଗଡି । ମିଳିଥିବା ସୂଚନା ଅନୁସାରେ ଜାମନଗରର ରାଜ ପରିବାର ପକ୍ଷରୁ ମୋଦିଙ୍କୁ ଏହି ପଗଡ଼ି ଦିଆଯାଇଛି । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ମୋଦି ଭିନ୍ନ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି ।
୨୦୨୦ରେ ପ୍ରଧାନମନ୍ତ୍ରୀ ପିନ୍ଧିଥିବା ପଗଡ଼ି
ଗତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ‘ବାନ୍ଧନୀ’ ପିନ୍ଧିଥିଲେ । ଯାହା ଅଣ୍ଟା ଯାଏ ଲମ୍ବିଥିଲା । ୨୦୧୫ ପରଠାରୁ ମୋଦି ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ପ୍ରକାରର ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି ।
୨୦୧୯ରେ ପିନ୍ଧିଥିଲେ ହଳଦିଆ ରଙ୍ଗର ପଗଡ଼ି ୭୦ତମ ଗଣତନ୍ତ୍ର ଦିବସ ଅବସରରେ ପିଏମ ମୋଦି ହଳଦିଆ ପଗଡି ପିନ୍ଧିଥିଲେ। ଏଥିରେ ସବୁଜ ରଙ୍ଗ ଓ କିଛି ଗୋଲଡେନ୍ ରଙ୍ଗର ରେଖା ମଧ୍ୟ ପଡ଼ିଥିଲା । ସେ ଏକ ସ୍ଲିଭଲେସ୍ ବେକ ବନ୍ଦ ଥିବା ଜ୍ୟାକେଟ୍ ଓ ଧଳା କୁର୍ତ୍ତା ପିନ୍ଧିଥିଲେ ।
୨୦୧୮ରେ ପିନ୍ଧିଥିଲେ ବିଭିନ୍ନ ରଙ୍ଗରେ ତିଆରି ପଗଡ଼ି
ଗଣତନ୍ତ୍ର ଦିବସ ୨୦୧୮ ରେ ପ୍ରଧାନମନ୍ତ୍ରୀଙ୍କ ପଗଡିରେ ଥିଲା ବହୁ ରଙ୍ଗର ସମାହାର । ସେହି ବର୍ଷ ମୋଦି କ୍ରିମ୍ ରଙ୍ଗର କୁର୍ତ୍ତା ଓ କଳା ରଙ୍ଗର ବେକ ବନ୍ଦ ଥିଲା ଜ୍ୟାକେଟ୍ ପିନ୍ଧିଥିଲେ ।
୨୦୧୭ରେ ଗୋଲାପୀ ରଙ୍ଗର ପଗଡ଼ି
୨୦୧୭ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ପିନ୍ଧିଥିଲେ ଗୋଲାପୀ ରଙ୍ଗର ପଗଡ଼ି । ଯେଉଁଥିରେ ରୂପା ରଙ୍ଗର ବୋର୍ଡର ଥିଲା । ଧଳା ବିନ୍ଦୁ ଥିବା ଏକ କଳା ସ୍ଲିଭଲେସ୍ ଜ୍ୟାକେଟ୍ ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ।
Comments are closed.