Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ଫର୍ମକୁ ଫେରିବାରେ ରୋହିତଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ମାୟାମି: ଟି୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ଟିମ ଇଣ୍ଡିଆକୁ ମଜଭୁତ କରିଛି । ଆଇପିଏଲ ବିବାଦ ପରେ ଅଧିନାୟକ ରୋହିତ ଶର୍ମା ଓ ହାର୍ଦ୍ଦିକ ଦେଶ ପାଇଁ କିନ୍ତୁ ମନପ୍ରାଣ ଦେଇ ଖେଳିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାର୍ଦ୍ଦିକ ଫର୍ମକୁ ଫେରିବାରେ ରୋହିତଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ୨୦୨୧ ଓ ୨୦୨୨ ଟି୨୦ ବିଶ୍ୱକପରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ନ ଥିଲା । ସମସ୍ତ ବିବାଦ ସତ୍ୱେ କୋଚ ରାହୁଲ ଡ୍ରାଭିଡ ଓ ରୋହିତ କିନ୍ତୁ ହାର୍ଦ୍ଦିକଙ୍କ ସପକ୍ଷରେ ରହିଥିଲେ । ସେ ୩ଟି ମ୍ୟାଚରେ ୭ଟି ୱିକେଟ ହାସଲ କରି ଫର୍ମକୁ ଫେରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ କରିଥିବା ୧୭ତମ ଓଭରକୁ ଭୂୟସୀ ପ୍ରଶଂସା କରାଯାଉଛି । ହାର୍ଦ୍ଦିକଙ୍କ ଚୟନ ନେଇ ଯେତେବେଳେ ସମସ୍ତେ ବିରୋଧ କରୁଥିଲେ ରୋହିତ କିନ୍ତୁ ତାଙ୍କ ସପକ୍ଷରେ ରହିଥିଲେ ।

ମ୍ୟାଚ ବେଳେ ମଧ୍ୟ ରୋହିତ ଓ ହାର୍ଦ୍ଦିକଙ୍କ ରଣନୀତି ଦଳକୁ ଫାଇଦାରେ ରଖିଥିଲା । ହାର୍ଦ୍ଦିକ ଦୀର୍ଘ ଦିନ ହେବ ରୋହିତଙ୍କ ନେତୃତ୍ୱରେ ଖେଳିଛନ୍ତି । ରୋହିତ ମଧ୍ୟ ଜାଣିଛନ୍ତି ହାର୍ଦ୍ଦିକଙ୍କୁ କିପରି ଉପଯୋଗ କରାଯାଇ ପାରିବ । ଏବେ ୱେଷ୍ଟଇଣ୍ଡିଜରେ ସୁପର ଏଇଟ ମୁକାବିଲା ଖେଳାଯିବ । ଏଠାରେ ଆମେରିକା ତୁଳନାରେ ବ୍ୟାଟ୍ସମ୍ୟାନଙ୍କୁ କିଛି ସହାୟତା ମିଳିବ । ହାର୍ଦ୍ଦିକଙ୍କୁ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିବାକୁ ପଡିବ ।

Leave A Reply

Your email address will not be published.