Latest Odisha News

ସେକ୍ସ ମନ୍ତ୍ରଣାଳୟ କଣ? ଋଷରେ ଜନସଂଖ୍ୟା ବୃଦ୍ଧି ପାଇଁ ସହାୟକ ହେବ କି… 

ମସ୍କୋ: ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଋଷ ସରକାର। ଜନସଂଖ୍ୟା ବୃଦ୍ଧି ପାଇଁ ଋଷ ସରକାର ଜନତାଙ୍କୁ ଅନେକ ଲୋଭନୀୟ ଅଫର ମଧ୍ଯ ଦେବାରେ ଲାଗିଛନ୍ତି।

ଏହାରି ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଁ ଋଷର ଭ୍ଲାଦିମିର ପୁଟିନ ସରକାର ଯୌନ ମନ୍ତ୍ରଣାଳୟ ସମେତ ଅନେକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି।

ତେବେ ଏହି ମନ୍ତ୍ରଣାଳୟ ଦ୍ୱାରା ଅନେକ ପ୍ରକାରର ଯୋଜନା ଏବଂ ନିୟମ ଜାରି କରାଯାଇଛି ଯାହା ମଧ୍ଯରେ ରହିଛି-

ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ଘରେ ଲାଇଟ୍ ଏବଂ ଇଣ୍ଟରନେଟ୍ ବନ୍ଦ ରଖିବାକୁ ପଡିବ। ଫଳରେ ଲୋକମାନେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିପାରିବେ। ଦମ୍ପତି ମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନ ପାଇଁ ୫୦୦୦ ରୁବଲ୍ ପ୍ରୋତ୍ସାହନ ରାଶି ଭାବେ ଦିଆଯିବ। ସନ୍ତାନ ମାନଙ୍କ ସଂଖ୍ୟା ବଢିବା ସହ ଏହି ରାଶି ବଢିବାରେ ଲାଗିବ।

ସେହିପରି ସନ୍ତାନ ଜନ୍ମ କରିବା ପାଇଁ ବିଶେଷକରି ୧୮-୨୩ବର୍ଷର ଝିଅମାନଙ୍କୁ ୧୦,୦୦୦ ରୁବେଲରୁ ଅଧିକ ରାଶି ଦିଆଯିବ। ଏହି ଟଙ୍କା ବିଭିନ୍ନ ସହରରେ ଅଲଗା ଅଲଗା ରହିଛି। ଅପରପକ୍ଷରେ ବିବାହର ପ୍ରଥମ ରାତିରେ ମଧ୍ୟ ସରକାରଙ୍କ ତରଫରୁ ହୋଟେଲ ରୁମ୍ ବୁକ୍ କରିବା ସହ ଦମ୍ପତିଙ୍କୁ ୨୬,୩୦୦ ରୁବଲ୍ ଦିଆଯିବ। ଏହାଦ୍ବାରା ଦେଶରେ ଜନସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ପୁଟିନ ସରକାର ଆଶାବ୍ୟକ୍ତ କରିଛନ୍ତି।

ଋଷରେ ହ୍ରାସ ପାଉଥିବା ଜନସଂଖ୍ୟାର ମୁଖ୍ୟ କାରଣ ହେଉଛି ୟୁକ୍ରେନ୍ ସହ ସଂଘର୍ଷ। ତେବେ ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ସହ ଯୁଦ୍ଧରେ ୬ଲକ୍ଷ ଋଷ ସୈନିକ ପ୍ରାଣ ହରାଇଛନ୍ତି ଯେଉଁଥିପାଇଁ ସେଠାରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି।

Leave A Reply

Your email address will not be published.