Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ

ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ହାତ ଗଣତି ଦିନ ରହିଲା । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଏହାକୁ ଆୟୋଜନ କରାଯାଉଛି । ଟି୨୦ ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥିପାଇଁ ପ୍ରସ୍ତୁତ ଡ୍ରପ ଇନ ପିଚ ଫ୍ଲୋରିଡାରୁ ନ୍ୟୁୟର୍କ ଅଣାଯାଉଛି । ଏହି ପିଚରେ ଜୁନ ୯ରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ତେବେ ଏହି ଡ୍ରପ ଇନ ପିଚ କଣ ? ଏହି ପିଚ ଅନ୍ୟ ସ୍ଥାନରେ ପ୍ରସ୍ତୁତ କରାଯାଇ, ଯେଉଁଠାରେ ମ୍ୟାଚ ଖେଳାଯିବ ସେଠାକୁ ନିଆଯାଇ ପୋତା ଯାଇଥାଏ । ଅଷ୍ଟ୍ରେଲିଆରେ ଏହାର ବ୍ୟବହାର ବେଶୀ କରାଯାଏ । ଏପରିକି ଫୁଟବଲ ଓ ରଗବୀରେ ମଧ୍ୟ ଏବେ ଏହି ଶୈଳୀକୁ ବ୍ୟବହାର କରାଯାଉଛି । ମ୍ୟାଚ ଶେଷ ହେବା ପରେ ଯଦି ଆବଶ୍ୟକ ନ ଥାଏ ତେବେ ଏହି ପିଚକୁ କଢ଼ାଯାଇ ସେଥିରେ ବାଲି, ମାଟି ଭର୍ତି କରି ଦିଆଯାଏ । ଆର୍ଟିଫିସିଆଲ ଘାସ ବୁଣି ଏହାକୁ ସମତୂଲ କରାଯାଏ । ଏହି ପଡିଆ ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇ ପାରିଥାଏ ।

୨୪ ମିଟର ଲମ୍ବ, ୩ମିଟର ଚୌଡା ଓ ୨୦ସେମି ଗଭୀର ଜାଗାରେ ଏକ କୃତ୍ରିମ ପିଚ ପ୍ରସ୍ତୁତ କରାଯାଏ । କଳା ମାଟି ପରସ୍ତ ଉପରେ ଘାସ ବୁଣି ଏହାକୁ ତିଆରି କରାଯାଏ । ସମସ୍ତ ପ୍ରକ୍ରିୟା ଏକ ଷ୍ଟିଲ ଫ୍ରେମରେ ହୋଇଥାଏ । ୩୦ ଟନ ଓଜନ ବିଶିଷ୍ଟ ଏହି ପିଚକୁ କଷ୍ଟମାଇଡ ଟ୍ରେଲରରରେ ଉଠାଯାଇ ୨୭ ମିଟର ଗଭୀର ସିମେଂଟ ସ୍ଲାବ ଉପରେ ରଖାଯାଏ । ଯାହା କି ନେବା ଆଣିବାରେ କୌଣସି ଅସୁବିଧା ସୃଷ୍ଟି କରି ନ ଥାଏ । ଅନ୍ୟ ପ୍ରାକୃତିକ ପିଚ ତୁଳନାରେ ଏହା ମଜଭୁତ ରହିଥାଏ । ଘରୋଇ ଟିମ ପିଚରୁ ଫାଇଦା ଉଠାଇବା ପାଇଁ ଘାସ କମ କିମ୍ବା ଅଧିକ ରଖିଥାନ୍ତି ।

Leave A Reply

Your email address will not be published.