Latest Odisha News

BREAKING NEWS

କୋଟ ଏବଂ ଜ୍ୟାକେଟକୁ ଏପରି ସଫା କଲେ ନଷ୍ଟ ହୁଏ ନାହିଁ…

ଭୁବନେଶ୍ବର:ଶୀତ ଦିନ ହେଲେ ଜ୍ୟାକେଟ ଏବଂ କୋଟ ପିନ୍ଧିଥାଉ । ଏହା ଶରୀରକୁ ଶୀତରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଆପଣ ବଜାରରେ ଅନେକ ପ୍ରକାରର କୋଟ୍ ଏବଂ ଜ୍ୟାକେଟ୍ ପାଇବେ । ଆମେ ସବୁବେଳେ ଜ୍ୟାକେଟ୍ ଏବଂ କୋଟ୍ ଧୋଇ ନଥାଉ, କାରଣ ଶୀଘ୍ର ନଷ୍ଟ ହୋଇଯିବ । ଏପଟେ ଜ୍ୟାକେଟ୍ ଏବଂ କୋଟ୍ ଧୋଇବା ମଧ୍ୟ ବହୁତ ପରିଶ୍ରମ ଲାଗେ । ଶୁଖିବା ପାଇଁ ମଧ୍ୟ ବହୁତ ସମୟ ଲାଗେ ।କିନ୍ତୁ ଜ୍ୟାକେଟକୁ ସଫା କରିବା ବି ଜରୁରୀ ,ସେଥିରେ ଧୂଳି ମଇଳା ଲାଗିଥାଏ । ତେବେ ଆସନ୍ତୁ ଜାଣିବା ବିନା ଧୋଇ କିପରି କୋଟ ଏବଂ ଜ୍ୟାକେଟକୁ ସଫା କରିବେ ।

– କୋଟ ଉପରେ ଧୂଳି ଲାଗିଥିଲେ ଆପଣ ବ୍ରଶ୍ ରେ ହାଲୁକା ଭାବରେ ବ୍ୟବହାର କରି ଧୂଳି ହଟେଇ ପାରିବେ । ସେହିପରି ଉଲ୍ ର କୋଟ୍ ଧୋଇବାକୁ ଗରମ ପାଣି, କେମିକାଲ ପ୍ରଡକ୍ଟ, ହାଇ ଡିଟରଜେଣ୍ଟ ବ୍ୟବହାର କରନ୍ତୁ ନାହିଁ ।

-କୋଟ ଓ ଜ୍ୟାକେଟରେ ତେଲ କିମ୍ବା କିଛି ଦାଗ ଲାଗି ଯାଏ ତେବେ ଆପଣ ଡ୍ରାଏ ଶାମ୍ପୁରେ ସଫା କରି ପାରିବେ । ଏହାକୁ କପଡାରେ ହାଲୁକା ଭାବେ ସ୍ପ୍ରେ କରିଦେବେ, କିଛି ସମୟ ପାଇଁ ଛାଡି ଦେବେ । ପୁଣି ଏକ ସଫା ବ୍ରଶରେ କପଡାକୁ ସଫା କରନ୍ତୁ ।

– ଜ୍ୟାକେଟ କିମ୍ବା କୋଟକୁ ବିନା ଧୋଇକି ମଇଳା ବାହାର କରିବା ପାଇଁ ଓଦା କପଡାର ବ୍ୟବହାର କରି ପାରିବେ । ଏଥିପାଇଁ ଏକ ତଉଲିଆକୁ ପାଣିରେ ଓଦା କରି ଦିଅନ୍ତୁ , ଏହାକୁ ଭଲ ଭାବରେ ଚିପୁଡି ଦିଅନ୍ତୁ । ଧ୍ୟାନ ରଖିବେ ତଉଲିଆ ହାଲୁକା ଓଦା ହୋଇଥିବ । ଏହା ଓଦା କପଡା ଦ୍ବାରା ଜ୍ୟାକେଟକୁ ସଫା କରି ଦିଅନ୍ତୁ ।

– ଫର ଜ୍ୟାକେଟ(fur jacket) କୁ ୱାଶିଂ ମେସିନ୍ ରେ ନଧୋଇ ହାତରେ ଧୁଅନ୍ତୁ ।

 

Comments are closed.