Latest Odisha News

ଖାଇବାରେ ଲୁଣ ଅଧିକ ହୋଇଗଲେ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର: ତରତର ହୋଇ ରାନ୍ଧିଲାବେଳେ ବେଳେବେଳେ ଖାଇବାରେ ଲୁଣ ଅଧିକ ହୋଇଯାଏ । ସେତେବେଳେ ପୂରା ଖାଇବା ତ ଫୋପାଡି ପାରିବା ନାହିଁ, କିଛି ଏମିତି ଉପାୟ ଅଛି ଯାହା ଦ୍ବାରା ଲୁଣ ପରିମାଣ ଠିକ୍ ହୋଇଯିବ ।

–ତରକାରୀରେ ଲୁଣର ମାତ୍ରା କମ୍‌ କରିବା ପାଇଁ ସେଥିରେ କିଛି ଲେମ୍ବୁରସ୍‌ ଓ ସାମାନ୍ୟ ମାତ୍ରାରେ ଭିନେଗାର ପକାନ୍ତୁ।  ଲୁଣର ମାତ୍ରାକୁ କମ୍‌ ହୋଇଯିବ ।

– ଅଟା ଗୁଳା ତରକାରୀରେ ପକାଇଦେଲେ ଲୁଣ କମ୍‌ ହୋଇଯାଏ। ମନେରଖନ୍ତୁ ତରକାରୀ ପ୍ରସ୍ତୁତ ହୋଇଯିବା ପରେ ଅଟା ଗୁଳାକୁ ବାହାର କରିଦେବେ ।

– ତରକାରୀରେ ଯଦି ଲୁଣ ଅଧିକ ହୋଇଯାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରୀକୁ ଦେଖିକି ସେହି ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ ପକାନ୍ତୁ। ତରକାରୀ ପ୍ରସ୍ତୁତ ହୋଇଯିବା ପରେ ଆଳୁକୁ ବାହାର କରିଦିଅନ୍ତୁ। ଲୁଣର ମାତ୍ରା ଠିକ୍‌ ହୋଇଯିବ ।

– କୌଣସି ତରକାରୀରେ ଲୁଣର ମାତ୍ରା କମ୍‌ କରିବା ପାଇଁ ଆଉ କିଛି ଅଧିକ ପରିବା କିମ୍ବା ଡାଲି ପକାଇ ଦିଅନ୍ତୁ। କିନ୍ତୁ ସ୍ବାଦ ଠିକ୍‌ ଲାଗିବ।

– ଆଳୁ, ଫୁଲକୋବି, ପନୀର, ଲାଉ ଆଦି ବିଭିନ୍ନ ପ୍ରକାର ତରକାରୀରେ ଲୁଣ ଅଧିକ ହୋଇଗଲେ ସେଥିରେ ଅଳ୍ପ କିଛି ଫ୍ରେସ କ୍ରିମ୍‌ ପକାନ୍ତୁ। ଲୁଣ ମାତ୍ରା କମ୍ ହୋଇଯିବ ।

ଏହି ସବୁ ପଦ୍ଧତିରେ ତରକାରୀରୁ ଲୁଣର ମାତ୍ରା କମ୍ କରାଯାଇ ପାରିବ ।

Comments are closed.