ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସ୍ମାର୍ଟଫୋନ୍ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ପ୍ରତିଦିନ ହେଉଥିବା ଛୋଟ ବଡ କାମ ମଧ୍ୟରୁ ସ୍ମାର୍ଟଫୋନର ଗୋଟିଏ ଭୂମିକା ରହିଛି । ପଇସା ଦେବା ହେଉ ଅବା ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନର ଲାଇଭ୍ ଚିତ୍ର ଦେଖିବାକୁ ଭିଡିଓ କଲ କମ୍ ସମୟ ମଧ୍ୟରେ ଜୀବନକୁ ସରଳ କରିବାରେ ସ୍ମାର୍ଟଫୋନର ଗୋଟିଏ ବଡ଼ ଭୂମିକା ରହିଛି। ଏଭଳି ପରିସ୍ଥିତିରେ ଆମ ଫୋନରେ ଅନେକ ତଥ୍ୟ ରଖିବାକୁ ବାଧ୍ୟ ହେଉଛୁ। ତେଣୁ ହ୍ୟାକରମାନଙ୍କ ଟାର୍ଗେଟରେ ଆମ ମାନଙ୍କର ସ୍ମାର୍ଟଫୋନ୍ ରହିଥାଏ। ହ୍ୟାକରମାନେ ଫୋନ୍ ହ୍ୟାକ୍ କରି ଲୋକ ଗୋପନୀୟ ତଥ୍ୟ ଚୋରି କରିବାକୁ ଚେଷ୍ଟା କରନ୍ତି। ତଥାପି, କିଛି ଉପାୟ ରହିଛି ଯାହା ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ କିମ୍ବା ଆପଣଙ୍କ ଫୋନକୁ ହ୍ଯାକର ଫୋନ୍ କରୁଛନ୍ତି କି ଇତ୍ୟାଦି ସନ୍ଦେହ ଦୂର କରିବାରେ ସହଯୋଗ କରିପାରେ।
ଯଦି ଆପଣଙ୍କ ଫୋନରୁ ଏପରି କୌଣସି କଲ୍-ମେସେଜ୍ ଆସିନି କିମ୍ବା ଫୋନ୍ କରିନାହାନ୍ତି ତା’ପରେ ମଧ୍ୟ ଏହା ସମ୍ଭବ ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇପାରିବ। କିନ୍ତୁ ଆପଣ ଭାବୁଥିବେ ଆପଣ ଅନଲାଇନରେ କାମ ସାରି ଦେଇଛନ୍ତି। କିନ୍ତୁ ଇଂଟନରେଟ୍ ଡାଟା ପୂର୍ବ ଅପେକ୍ଷା ଅଧିକ ବ୍ୟବହୃତ ହେଉଛି। ଏହା ମଧ୍ୟ ଫୋନ୍ ହ୍ୟାକ୍ ହେବାର ଏକ ସଙ୍କେତ ହୋଇପାରେ।
ଯଦି ଆପଣ ଅନୁଭବ କରୁଛନ୍ତି ଯେ ଫୋନର ବ୍ୟାଟେରୀ ଅନାବଶ୍ୟକ ଭାବରେ ଶୀଘ୍ର ଶେଷ ହୋଇଯାଉଛି ତେଣୁ ଫୋନ୍ ହ୍ୟାକ ହୋଇଥିବା ନେଇ ଏହା ମଧ୍ୟ ଏକ ସଙ୍କେତ ହୋଇପାରେ। ସେହିପରି ଯଦି ଆପଣଙ୍କ ନୂଆ ଫୋନ୍ ମଧ୍ୟ ଖରାପ ପ୍ରଦର୍ଶନ ଦେଖାଇବା ଆରମ୍ଭ କରେ। ଯେପରିକି ଆପ୍ କ୍ରାସ୍, କିମ୍ବା ସ୍କ୍ରିନ୍ ଫ୍ରିଜ୍ କିମ୍ବା ଫୋନ୍ ହଠାତ୍ ରିଷ୍ଟାର୍ଟ ହେବା ଆରମ୍ଭ କରିବା। ତେଣୁ ଫୋନ୍ ହ୍ୟାକ୍ ହେବାର ସମ୍ଭାବନା ବଢିଥାଏ।
ଯଦି ଆପଣ ନିଜ ଫୋନରେ ଏପରି କିଛି ଆପ୍ ଦେଖନ୍ତି ଯାହାକୁ ଆପଣ ଡାଉନଲୋଡ୍ କରିନାହାନ୍ତି ତେଣୁ ଏହା ସମ୍ଭବ ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ।
ଯଦି ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଯାଏ ତେବେ କଣ କରିବାକୁ ହେବ:
ଅଜ୍ଞାତ ଆପକୁ ଡିଲିଟ୍ କରନ୍ତୁ
ଆଣ୍ଟି ମାଲୱେର ବା ଆଣ୍ଟି ଭାଇରସ ଆପ୍ ଇନଷ୍ଟଲ କରନ୍ତୁ
ଫୋନ୍ ରିଷ୍ଟାର୍ଟ କରନ୍ତୁ
ପାସୱାର୍ଡ ରିସେଟ୍ କରନ୍ତୁ
ଆପଣଙ୍କ ମୋବାଇଲରେ ଥିବା ଫୋନ୍ ନମ୍ବର ଗୁଡିକୁ ଫୋନ୍ ହ୍ୟାକ୍ ହୋଇଛି ବୋଲି ଜଣାଇ ଦିଅନ୍ତୁ
ସେମାନଙ୍କୁ କୌଣସି ମେସେଜ୍ ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ନମ୍ବର ଫୋନ୍ କରି କିଛି ଡାଟା ମାଗୁଥିଲେ ଦିଅନ୍ତୁ ନାହିଁ
ଯଦି କଲ୍-ମେସେଜ୍ ବନ୍ଦ ହୋଇଯାଏ ତାହେଲେ ସର୍ଭିସ୍ ପ୍ରୋଭାଇଡର ବା ସିମ୍ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରନ୍ତୁ
Comments are closed.