Latest Odisha News

ସହଜ ହେଲା ମୋବାଇଲ ନମ୍ବର ସହ ଇପିଏଫ ୟୁଏନ ନମ୍ବରର ସଂଯୋଗ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ପୂର୍ବରୁ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଏକାଧିକ ଇପିଏଫ୍ ଆକାଉଣ୍ଟ୍ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ପରେ ଏହାର ସୁବିଧା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ପ୍ରଚଳନ କରାଯାଇଥିଲା। ୟୁଏନ (UAN) ହେଉଛି ପ୍ରତ୍ୟେକ ଇପିଏଫ (EPF) ସଦସ୍ୟଙ୍କୁ ଦିଆଯାଇଥିବା ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର । ୟୁଏନ (UAN) ନମ୍ବର ପାଇଁ ସଦସ୍ୟଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ୍ ହେବା ଜରୁରୀ ଅଟେ । ୟୁଏନ (UAN) ସମସ୍ତ ସଦସ୍ୟଙ୍କ ଇପିଏଫ (EPF) ଆକାଉଣ୍ଟ ସହିତ ସଂଯୁକ୍ତ, ତେବେ ସେମାନେ ଏକାଧିକ କମ୍ପାନୀରେ କାମ କରିଥାନ୍ତୁ ନା କାହିଁକି ।
ଏହି ସଦସ୍ୟମାନଙ୍କୁ ସେମାନଙ୍କର ଇପିଏଫ (EPF) ଯୋଗଦାନ ଏବଂ ଆକାଉଣ୍ଟ ବାଲାନ୍ସ ଉପରେ ନଜର ରଖିବା ପ୍ରକ୍ରିୟା ସହିତ ବିଭିନ୍ନ ଅନଲାଇନ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଯଦି ମୋବାଇଲ ନମ୍ବର ସହିତ ୟୁଏନ (UAN) ନମ୍ବର ଲିଙ୍କ୍ ହୋଇଥାଏ । ତେବେ ଜାଣନ୍ତୁ କିପରି ଆପଣ ଉଭୟକୁ କିପରି ଲିଙ୍କ୍ କରିପାରିବେ ।

ଲିଙ୍କ୍ କରିବାର ପ୍ରଣାଳୀ…

ସର୍ବପ୍ରଥମେ ଇପିଏଫଓ (EPFO) ​​ସଦସ୍ୟ ପୋର୍ଟାଲକୁ ଯାଆନ୍ତୁ ।

ଏଠାରେ ଆପଣଙ୍କର ୟୁଏନ (UAN) ନମ୍ବର ଏବଂ ପାସୱାର୍ଡ ଟାଇପ କରି ଆପଣଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ ।

ଯେତେବେଳେ ମୂଳପୃଷ୍ଠା ଖୋଲିବ, ଏହାପରେ ମ୍ୟାନେଜ ସେକ୍ସନକୁ ଯାଆନ୍ତୁ ।

ଏଠାରେ କଣ୍ଟାକ୍ଟ ଡିଟେଲକୁ ଚୟନ କରନ୍ତୁ ।

ବର୍ତ୍ତମାନ ଚେଞ୍ଜ ମୋବାଇଲ ନମ୍ବର ବଟନ ଉପରେ କ୍ଲିକ୍ କରନ୍ତୁ ।

ଏହାପରେ ଆପଣଙ୍କର ନୂଆ ମୋବାଇଲ ନମ୍ବର ଟାଇପ କରନ୍ତୁ ଏବଂ ଏହାକୁ ପୁନର୍ବାର ଟାଇପ କରି ନିଶ୍ଚିତ କରନ୍ତୁ ।

ଆପଣ ଦେଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି (OTP) ଆସିବ । ପ୍ରଦତ୍ତ କ୍ଷେତ୍ରରେ ଓଟିପିକୁ ଟାଇପ କରନ୍ତୁ ଏବଂ ସବମିଟ ବଟନ ଉପରେ କ୍ଲିକ୍ କରନ୍ତୁ ।

ଏହାପରେ ଆପଣଙ୍କ ମୋବାଇଲ ନମ୍ବର ସଫଳତାର ସହିତ ଆପଣଙ୍କ ୟୁଏନ (UAN) ସହିତ ଲିଙ୍କ୍ ହୋଇଯିବ ।

ଲିଙ୍କ୍ କରିବାର ଫାଇଦା….

ଯେତେବେଳେ ଆପଣଙ୍କର ମୋବାଇଲ ନମ୍ବର ୟୁଏନ ନମ୍ବର ସହିତ ଲିଙ୍କ୍ ହୁଏ, ଆପଣଙ୍କ ଇପିଏଫ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଇଣ୍ଟରନେଟ୍ ଆଧାରିତ ସେବାଗୁଡିକର ଏକ କ୍ରମରେ ଆକସେସ ମିଳିଥାଏ । ଏଥିରେ ଆକାଉଣ୍ଟ ବାଲାନ୍ସ, ପାସବୁକ, ଓ୍ବିଡ୍ରାଲ କ୍ଲେମ, ଯୋଗାଯୋଗ ବିବରଣୀ ସଂଶୋଧନ କରିବା, ଆପଣଙ୍କର କେଓ୍ବାସି (KYC) ସୂଚନା ଅପଡେଟ୍ କରିବା, ଇ-ନାମାଙ୍କନ ଦାଖଲ କରିବା, ଆପଣଙ୍କର ଦାବିଗୁଡିକର ସ୍ଥିତି ଉପରେ ନଜର ରଖିବା ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ଆପଣଙ୍କର ଇପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର ଭଳି ସୁବିଧାର ଫାଇଦା ଅନ୍ତର୍ଭୂକ୍ତ ।

Comments are closed.