Latest Odisha News

BREAKING NEWS

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା ଉଜ୍ଜ୍ୱଳ ଦିଶିବ । କେବଳ ଏତିକି ନୁହେଁ, ଏହା ଚର୍ମରେ କୁଞ୍ଚନ ଭଳି ସମସ୍ୟା ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ରାତିରେ ଏହି ଫେସ୍ ମାସ୍କ ବ୍ୟବହାର କରିବା ଦ୍ଵାରା ଚର୍ମରେ ଜମା ହୋଇଥିବା ସମସ୍ତ ମଇଳା ସହଜରେ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ପୁଦିନା ଫେସ୍‌ ମାସ୍କ ତିଆରି କରିବେ…

ପ୍ରଥମେ ଏକ ପୋଦିନା ଗଛରୁ ପୋଦିନା ପତ୍ର ଆଣନ୍ତୁ । ତା’ପରେ ସେଗୁଡ଼ିକୁ ଧୋଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ, ଆପଣ ଏହି ପେଷ୍ଟରେ ୨ ଚାମଚ ଦହି ପକାନ୍ତୁ । ତା’ପରେ ଏହାକୁ ଭଲ ଭାବରେ ମିଶାଇ ଏକ ଚିକ୍କଣ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ପୁଦିନା ଫେସ୍‌ ମାସ୍କ ପ୍ରସ୍ତୁତ ହୋଇଯିବ ।

ପୁଦିନା ଫେସ୍‌ ମାସ୍କ କିପରି ବ୍ୟବହାର କରିବେ ?

ପୁଦିନା ଫେସ୍ ମାସ୍କ ଲଗାଇବା ପୂର୍ବରୁ ମୁହଁ ଧୋଇ ଦିଅନ୍ତୁ । ତା’ପରେ ଫେସ୍ ମାସ୍କକୁ ପୁରା ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ପରେ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ । ତା’ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ସଫା କରନ୍ତୁ ।ଦେଖିବେ ଆପଣଙ୍କ ଚେହେରାରେ ଚମକ ଆସିବ । ଏହାକୁ ସପ୍ତାହରେ ୩ଥର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ୱଳ ଦିଶିବ ।

Leave A Reply

Your email address will not be published.