Latest Odisha News

BREAKING NEWS

ଆସୁଛି ରଙ୍ଗର ପର୍ବ ହୋଲି, ରଙ୍ଗ ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

ଭୁବନେଶ୍ଵର: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ତେବେ ହୋଲି ଖେଳିବା ପରେ ରଙ୍ଗ ନ ଛାଡିଲେ ତାହା ବିରକ୍ତିକର ହୋଇଥାଏ। ଅନେକ ସମୟରେ ଦେଖାଯାଏ ଯେ ସାବୁନ ଇତ୍ୟାଦି ବ୍ୟବହାର କଲେ ମଧ୍ୟ ହୋଲିର ରଙ୍ଗ ଛାଡି ନଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ କିଛିଟା ସତର୍କତା ଅବଲମ୍ବନ ନକଲେ ପରେ ଏହା କାଳ ହୋଇପାରେ।

ଆସନ୍ତୁ ଜାଣିବା ହୋଲି ଖେଳିବା ପୂର୍ବରୁ କିଛି ଟିପ୍ସ…

  • ଯଦି ରଙ୍ଗରୁ କୌଣସି ପ୍ରକାର ରାସାୟନିକ କିମ୍ବା ପେଟ୍ରୋଲ୍ ବାସ୍ନା ଆସୁଛି, ପାଣିରେ ସମ୍ପୂର୍ଣ୍ଣ ରୂପେ ମିଶେ ନାହିଁ ତେବେ ସେହି ରଙ୍ଗକୁ କିଣନ୍ତୁ ନାହିଁ।
  • ସର୍ବଦା ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ। ବେସନରେ ହଳଦୀ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତୁ। ଯାହା ଆପଣ ହୋଲି ରଙ୍ଗ ଭଳି ବ୍ୟବହାର କରିପାରିବେ।
  • ହୋଲି ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର ଲୋଶନ କିମ୍ବା ନଡିଆ ତେଲ ଶରୀରରେ ମାଲିସ୍ କରି ଯାଆନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ସୁରକ୍ଷିତ ରହିବା ସହ ରଙ୍ଗ ଛଡାଇବା ମଧ୍ୟ ସହଜ ହେବ।
  • ହୋଲି ରଙ୍ଗ ଦ୍ଵାରା କେଶ ଖରାପ ହେବାର ସମ୍ଭାବନା ଥାଏ। ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାଇ ଯାଆନ୍ତୁ। ଏହାସହ ଟୋପି ମଧ୍ୟ ବ୍ୟବହାର କରନ୍ତୁ।
  • ରଙ୍ଗ ଖେଳିବାବେଳେ ଯଦି ଆଖିରେ ରଙ୍ଗ ପଡିଯାଏ ତେବେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସନ ଗ୍ଲାସ ପିନ୍ଧନ୍ତୁ। ଆଖିରେ ରଙ୍ଗ ଲାଗିଲେ, ନ କୁଣ୍ଡାଇ ପାଣିରେ ଧୁଅନ୍ତୁ। ସାବୁନ ଲଗାଇବା ଅନୁଚିତ।
  • ତ୍ଵଚାକୁ ରଗଡ଼ନ୍ତୁ ନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ, ରଙ୍ଗ ସହଜରେ ଛାଡ଼ିଯାଏ।

Comments are closed.