Latest Odisha News

BREAKING NEWS

ହ୍ୱାଟସ୍ ଆପରେ କଲ୍ ରେକର୍ଡ ହେଉନି କି? କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟସ୍ ଆପ୍, ଯାହାର ବ୍ୟବହାର ଭାରତ ତଥା ବିଶ୍ୱର ଅଧିକାଂଶ ଲୋକେ କରୁଛନ୍ତି l ମେସେଜ ପଠାଇବା, ଅଡିଓ କିମ୍ବା ଭିଡିଓ କଲ କରିବା ଭଳି କାର୍ଯ୍ୟ ପାଇଁ ଏହି ଆପ୍ ବ୍ୟବହୃତ ହୁଏ l ଏବେ ଏଥିରେ ଟଙ୍କା ନେଣଦେଣର ବି କାର୍ଯ୍ୟ ହୋଇପାରୁଛି l 2009ରେ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଏହାରି ଭିତରେ ଅନେକ ନୂତନ ଫିଚର ତାର ଉପଭୋକ୍ତା ମାନଙ୍କୁ ଯୋଗାଇ ଆସିଛି l ଟେକ୍ସଟ୍ ମେସେଜିଂ, ଭଏସ୍ କଲ୍, ଭିଡିଓ କଲ୍, ଷ୍ଟାଟସ୍ ଫିଚର ଏବଂ ପେମେଣ୍ଟ ଅପ୍ସନ୍ ଭଳି ଅନେକ ଫିଚର ଏହାକୁ ଅତ୍ୟନ୍ତ ଲୋକପ୍ରିୟ କରିପାରିଛି l

ତେବେ ଅନେକ ଉପଭୋକ୍ତା ହ୍ୱାଟସ୍ ଆପ୍ କଲ୍ ରେକର୍ଡ କରିବାକୁ ଚାହାଁନ୍ତି l କିନ୍ତୁ ଏଥିରେ ଏହା ସମ୍ଭବ ହୁଏ ନାହିଁ l ଏପରି ପରିସ୍ଥିତିରେ ସାଧାରଣତଃ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡେ l ତେବେ କହିରଖୁଛୁ ଯେ ହ୍ୱାଟସ୍ ଆପ୍ ତା’ର ଆପରେ କୌଣସି କଲ୍ ରେକର୍ଡିଂ ବିକଳ୍ପ ଦେଇ ନାହିଁ l କିନ୍ତୁ କେତେକ ସ୍ମାର୍ଟଫୋନରେ ଥାର୍ଡ଼-ପାର୍ଟି ଆପର ବ୍ୟବହାର ଦ୍ୱାରା କଲ ରେକଡ଼ିଂର ସୁବିଧା ହୋଇଥାଏ l ତେବେ ଏହା ପ୍ରତ୍ୟେକ ଡିଭାଇସରେ କାମ କରେ ନାହିଁ, କାରଣ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଅପରେଟିଂ ସିଷ୍ଟମରେ ଗୋପନୀୟତା ଏବଂ ସୁରକ୍ଷା କାରଣରୁ ସୀମିତ କଲ୍ ରେକର୍ଡିଂ ବ୍ୟବସ୍ତା ରହିଛି ଏବଂ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି l

ଆସନ୍ତୁ ଜାଣିବା କିଛି ଥାର୍ଡ଼-ପାର୍ଟି ଆପ୍ ବିଷୟରେ, ଯାହା ମାଧ୍ୟମରେ ଆପଣ ହ୍ୱାଟସ୍ ଆପରେ କଲ ରେକର୍ଡ କରିପାରିବେ…

  • କ୍ୟୁବ୍ ଏସିଆର: ଏହି ଲୋକପ୍ରିୟ କଲ୍ ରେକର୍ଡିଂ ଆପର ବ୍ୟବହାର କରି ହ୍ୱାଟସ୍ ଆପ୍ କଲ୍ ସମେତ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ କଲ୍ ରେକର୍ଡ କରିପାରିବ l
  • ସାଲେଷ୍ଟ୍ରାଇଲ୍: ବିଶେଷ ଭାବରେ ପ୍ରଫେସନାଲ କାର୍ଯ୍ୟ ପାଇଁ ଡିଜାଇନ କରାଯାଇଥିବା ଏହା ଏକ ପ୍ରିମିୟମ୍ କଲ୍ ରେକର୍ଡିଂ ଆପ୍ l
  • ଏସିଆର କଲ୍ ରେକର୍ଡର୍: ଏହା ଏକ ବହୁଳ ବ୍ୟବହୃତ ଆପ୍ l ଏହି ଆପର ଇଣ୍ଟରଫେସ୍ ଉପଭୋକ୍ତା-ଅନୁକୂଳ ଅଟେ, ତେଣୁ ଏହାକୁ ବ୍ୟବହାର କରିବା ଅତି ସହଜ ଅଟେ l

କିପରି କରିବେ ହ୍ୱାଟସ୍ ଆପ୍ କଲ୍ ରେକର୍ଡ

  • ଗୁଗୁଲ୍ ପ୍ଲେ ଷ୍ଟୋରରୁ କ୍ୟୁବ୍ ଉପରୋକ୍ତ ଆପ ଗୁଡିକ ମଧ୍ୟରୁ ଗୋଟେ ଡାଉନଲୋଡ୍ କରନ୍ତୁ l
  • ଏହି ଆପକୁ ଇନଷ୍ଟଲ କରିବା ପରେ ଆପଣଙ୍କୁ ଆବଶ୍ୟକ ଅନୁମତି ଦେବାକୁ ପଡିବ l
  • ତା’ପରେ କିଛି ଆପରେ, ଆପଣଙ୍କୁ କଲ୍ ରେକର୍ଡିଂକୁ ମାନୁଆଲ୍ ଅନ୍ କରିବାକୁ ପଡିବ l
  • ଏହି ସେଟଅପ୍ ପରେ, ଆପଣଙ୍କର ହ୍ୱାଟସ୍ ଆପ୍ କଲ୍ ଆରମ୍ଭ ହେବ କ୍ଷଣି ଆପ୍ ଅଟୋମେଟିକ ରେକର୍ଡିଂ କରିବା ଆରମ୍ଭ କରିବ l
  • କଲ୍ ସମାପ୍ତ ହେବା ପରେ, ଆପଣ ଏହି ଆପରେ ରେକର୍ଡିଂ ଶୁଣିପାରିବେ l
Leave A Reply

Your email address will not be published.