Latest Odisha News

BREAKING NEWS

ଗୁରୁବାରରେ ଏହିପରି କରନ୍ତୁ ଲକ୍ଷ୍ମୀଙ୍କ ଆରାଧନା; ପାଇବେ ନିଶ୍ଚିତ ଶୁଭଫଳ !

ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।

ଶାସ୍ତ୍ରମତେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି । ଏହି ବିଧିକୁ ରୀତିନୀତିରେ କରିବା ଦ୍ୱାରା ମା’ଙ୍କ କୃପା ଲାଭ ହୋଇଥାଏ ।

  • ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ସାଲୁକନା ଦ୍ୱାରା ସୁସଜ୍ଜିତ କରନ୍ତୁ
  • ପରେ ଖଟୁଲି ନିକଟରେ ଏକ ଧାନକେଣ୍ଡା ଏବଂ ମା’ଙ୍କ ପାଖରେ ରୂପା ଟଙ୍କା ରଖି ପୂଜା କରନ୍ତୁ, ଲୋକକଥାନୁ ଯାୟୀ ଏପରି କଲେ ଘରେ କେବେବି ଧନର ଅଭାବ ପଡିନଥାଏ ।
  • ମା’ଙ୍କ ଫଟୋକୁ ସବୁବେଳେ ପୋଷାକରେ ଆଚ୍ଛାଦିତ କରି ରଖନ୍ତୁ, ଯାହାଫଳରେ ଘରେ କୌଣସି ଦ୍ରବ୍ୟର ଅଭାବ ହୁଏ ନାହିଁ ।
  • ଏପରିକି ମାତା ଲକ୍ଷ୍ମୀଙ୍କ ସହ ବିଷ୍ଣୁ ଭଗବାନଙ୍କୁ ଏକାଠି ପୂଜା କଲେ ପରିବାରର ସମସ୍ତ ଦୁଃଖ କଷ୍ଟ ଦୂରେଇ ଯାଇଥାଏ ।
  • ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଧନ ସହ ବୁଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ ।
  • ଧଳା ଓ ଗୋଲାପି ମିଶା କପଡା ପିନ୍ଧିକରି ମା’ଙ୍କ ପୂଜା କଲେ ଅଧିକ ସୁଫଳ ମିଳିଥାଏ ।
Leave A Reply

Your email address will not be published.