Latest Odisha News

ଆସନ୍ତୁ ଜାଣିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟରେ କି ଭଳି ରହିବ ପିଚ

ସେଂଚୁରିଆନ: ଡିସେମ୍ବର ୨୬ରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି ଦଳ ସହିତ ଯୋଗ ଦେବା ପରେ ଏବେ ଅଭ୍ୟାସ କରୁଛନ୍ତି । ସେଂଚୁରିଆନ ପିଚ ସର୍ବଦା ପେସ ବୋଲରଙ୍କ ପାଇଁ ଭୂସ୍ୱର୍ଗ ସାଜିଥାଏ । ବଲ ଅଧିକ ଉଠୁଥିବାରୁ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଫାଇଦା ପାଇଥାନ୍ତି । ତେବେ ଏହି ପିଚରେ ସ୍ପିନରଙ୍କ ପାଇଁ ସେଭଳି କିଛି ନାହିଁ କହିଲେ ଭୁଲ ହେବନି । ଦକ୍ଷିଣ ଆଫ୍ରିକା ଏହି ପିଚରେ ୨୮ ମ୍ୟାଚ ଖେଳି ୨୨ରେ ବିଜୟ ହାସଲ କରିଛି ।

୨୦୨୦ରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ୬୨୧ ସର୍ବାଧିକ ରନ କରିଥିଲେ । ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ପିଚରେ ୩ଟି ଟେଷ୍ଟ ଖେଳିଛନ୍ତି । ଘରୋଇ ଟିମ ୨ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଟିମ ଇଣ୍ଡିଆ ଏଠାରେ ବିଜୟ ଖାତା ଖୋଲିପାରି ନାହିଁ । ୪୫୯ ଏହି ପିଚରେ ଭାରତର ସର୍ବାଧିକ ସ୍କୋର ଥିବା ବେଳେ ୧୩୬ କମ ସ୍କୋର ରହିଛି । ବିରାଟ କୋହଲି ଏଠାରେ ୨୧୧ ରନର ଇନିଂସ ଖେଳିଛନ୍ତି । କୋହଲିଙ୍କଠାରୁ ଏଥର ମଧ୍ୟ ଭାରତ ବଡ ଇନିଂସ ଆଶା କରୁଛି ।

Leave A Reply

Your email address will not be published.