ମୁମ୍ବାଇ: ରୋଶନଲାଲ ନାଗରଥଙ୍କ ଜନ୍ମଦିବସ ଅବସରରେ ମହାନ ଗାୟିକା ଲତା ମଙ୍ଗେସକରଙ୍କ ତାଙ୍କ ସ୍ମୃତିଚାରଣ କରିବା ସହ ଟୁଇଟ କରିଥିଲେ । ସୂଚନାଯୋଗ୍ୟ, ବଲିଉଡର ଷ୍ଟାର ହ୍ରିତିକ ରୋଶନଙ୍କ ଜେଜେ ବାପା ହେଲେ ରୋଶନଲାଲ । ଲତା ତାଙ୍କ ଟୁଇଟରେ ଲେଖିଥିଲେ ନମସ୍ମାର । ଆଜି ମହାନ ସଙ୍ଗୀତକାର ରୋଶନଜୀଙ୍କ ଜୟନ୍ତୀ । ତାଙ୍କ ସଙ୍ଗୀତ ବହୁତ ଶ୍ରୁତି ମଧୁର ହେଉଥିଲା । ରୋଶନଙ୍କ ସହ ଆମର ପାରିବାରିକ ସମ୍ପର୍କ ରହିଛି ।
ଏହି ଅବସରରେ ଲତା ରୋଶନଙ୍କ ସହ ଏକତ୍ର କାମ କରିଥିବା ରହେଁ ନ ରହେଁ ହମ ଗୀତର ଲିଙ୍କ ମଧ୍ୟ ଶେୟାର କରିଥିଲେ । ଏହା ପରେ ସେ ହ୍ରିତିକଙ୍କୁ ମଧ୍ୟ ଅଭିନୟ ନେଇ ପ୍ରଶଂସା କରିଥିଲେ । ଏହାର ଜବାବରେ ହ୍ରିତିକ ଭାବପ୍ରବଣ ହୋଇ ଲେଖିଥିଲେ ନମସ୍କାର, ଆପଣ ମୋ ମାନ ବଢ଼ାଇ ଦେଲେ । ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
Comments are closed.