ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିବାଦ ଉପୁଜିଛି । ଟେକ୍ସାସ, ଡଲାସ ଓ ଆଟାଲାଂଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଏକ ସ୍ପେଶାଲ ଟିକେଟ କିଣିଲେ ହ୍ରିତିକଙ୍କୁ ଭେଟିପାରିବେ ଓ ଫଟୋ ଉଠାଇପାରିବେ ବୋଲି ପ୍ରଶଂସକଙ୍କୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା । ପ୍ରଶଂସକମାନେ ୧.୨ ଲକ୍ଷ ଟଙ୍କା ଦେଇ ଟିକେଟ କିଣିଥିଲେ । ଅଥଚ ଦୀର୍ଘ ସମୟ ଲମ୍ବା ଲାଇନରେ ଛିଡା ହେବା ସତ୍ୱେ ହ୍ରିତିକଙ୍କୁ ଭେଟି ପାରି ନ ଥିଲେ । ଏହି କାର୍ଯ୍ୟକ୍ରମକୁ ସୋଫି ଚୌଧୂରୀ ପରିଚାଳନା କରିଥିଲେ । ପ୍ରଶଂସକମାନେ ଆୟୋଜକ ଉପରେ ଠକାମୀ ଅଭିଯୋଗ ଆଣିଛନ୍ତି ।
ଅବଶ୍ୟ କାର୍ଯ୍ୟକ୍ରମର ଏହି ବିବାଦ ସମ୍ପର୍କରେ ହ୍ରିତିକଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ହ୍ରିତିକ ମାତ୍ର ଅଧ ଘଂଟାର ସମୟ ଦେଇଥିଲେ । ଡଲ୍ଲାସ, ଆଟାଲାଂଟା ପରେ ହ୍ରିତିକ ଏପ୍ରିଲ ୧୦ରେ ନ୍ୟୁଜର୍ସି, ୧୨ରେ ଶିକାଗୋରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ହ୍ରିତିକ ଏବେ କ୍ରିଶ ୪ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିର୍ଦ୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ । ରାକେଶ ରୋଶନଙ୍କ ଅସୁସ୍ଥତା କାରଣରୁ ହ୍ରିତିକ ଏବେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେବେ ।
Comments are closed.