Latest Odisha News

ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ହୃଦାନନ୍ଦ ଦାସ ଫିଜିର ସୁଭାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ୨ଟି ପଦକ ଜିତିଛନ୍ତି । ୮୯ କିଗ୍ରା ୟୁଥ ବିଭାଗରେ ସେ ରୌପ୍ୟ ଏବଂ ଜୁନିୟର କାଟାଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସ୍ନାଚରେ ୧୨୯, କ୍ଲିନ ଆଣ୍ଡ ଜର୍କରେ ୧୭୦ କେଜି ସହ ସେ ମୋଟ ୨୯୯ କିଗ୍ରାର ଭାର ଉଠାଇଥିଲେ । ଓଡିଶା ୱେଟଲିଫ୍ଟିଂ ଆସୋସିଏଶନର ସମ୍ପାଦକ ଓ ଅଲିମ୍ପିଆନ କେ ରବି କୁମାର ଏହି ସୂଚନା ଦେଇଛନ୍ତି । ଓଡିଶା-ଟେନଭିକ େଓଫ୍ଲିଫ୍ଟିଂ ଏଚପିସି ଢ଼େଙ୍କାନାଳ ସେଂଟରରେ ୧୭ ବର୍ଷୀୟ ହୃଦାନନ୍ଦ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ସ୍ୱୟମଜିତ ପ୍ରସାଦ ସାହୁ ୬୭ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଓଡିଶାର ୪ଜଣ ୱେଟଲିଫ୍ଟର ୪ ସ୍ୱର୍ଣ୍ଣ ସହ ଓଭରାଲ ୬ ପଦକ ଜିତି ରାଜ୍ୟ ଏବଂ ଦେଶର ମାନ ବଢ଼ାଇଛନ୍ତି । ବାଳିକା ୫୫ କିଗ୍ରା ବିଭାଗରେ ମୀନା ସାନ୍ତା ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିିତିଛନ୍ତି । ଜ୍ୟୋତ୍ସ୍ନା ଶବର ୪୦ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଗାମୀ ଦିନରେ ଏହି ଯୁବ ୱେଟଲିଫ୍ଟରମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ରବି କୁମାର ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.