Latest Odisha News

BREAKING NEWS

ଇତିହାସ ରଚିଲେ ପ୍ରଣୟ, ୪୧ ବର୍ଷ ପରେ ବ୍ୟାଡମିଂଟନରେ ପଦକ ଜିତିଲା ଭାରତ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ୪୧ ବର୍ଷ ପରେ ବ୍ୟାଡମିଂଟନର ସିଙ୍ଗଲ୍ସ ବିଭାଗରେ ପଦକ ଜିତିବାରେ ସଫଳ ହୋଇଛି । ଏହି କୀର୍ତିମାନ ଏଚଏସ ପ୍ରଣୟ ସ୍ଥାପନ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନା ମୁକାବିଲାରେ ପ୍ରଣୟ ଚୀନର ଲି ଶେଇଫିଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ ସୁଦ୍ଧା ସେ ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଛନ୍ତି । ୨୧-୧୬ ଓ ୨୧-୯ରେ ଚୀନ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ୪୫ ମିନିଟରେ ହରାଇ ଦେଇଥିଲେ । ୧୯୮୨ ସଂସ୍କରଣରେ ସୟେଦ ମୋଦି ଭାରତ ପକ୍ଷରୁ ଶେଷ ଥର ପାଇଁ ପଦକ ଜିତିଥିଲେ ।

ଗୁରୁବାର ସାତ୍ୱିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ୧୯୮୨ରେ ଲେରୀ ଡି ସା ଓ ପ୍ରଦୀପ ଗାନ୍ଧେ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ ପ୍ରଣୟ ସେମିଫାଇନାଲରେ ପରାଜିତ ହେବା ବ୍ୟାଡମିଂଟନ ପ୍ରଶଂସକଙ୍କୁ ନିରାଶ କରିଛି ।

Comments are closed.