Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ

ତା୧୪-୭-୨୦୨୦ ମଙ୍ଗଳବାର                                                     

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୪ ରିଖ ମଙ୍ଗଳବାର ମିଥୁନ ୩୦ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ ଲାଉ

ମେଷ :

କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ । ଗୃହସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ଯାତ୍ରା ଜନିତ ପୀଡା ଅନୁଭବ କରିବେ ।

ବୃଷ :

ଦେହ ମନ ସୁସ୍ଥ ରହିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ । ନିଜର ଜୀବନ ସାଥୀ ପୂର୍ଣ୍ଣ ସହଯୋଗ କରିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ । ଶତ୍ରୁମାନେ ପରାଜିତ ହେବେ ।

ମିଥୁନ :

ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ସ୍ଵାଦିଷ୍ଟ ଭୋଜନ ମିଳିବ । ଭାତୃ ବିବାଦ ପାରିବାରିକ ଅଶାନ୍ତି ଦୂରେଇ ଯିବ । ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ଆୟ ବୃଦ୍ଧି ଘଟିବ । ଦୂର ସ୍ଥାନକୁ ଯାତ୍ରା କରିବେ ।

କର୍କଟ :

ଶାରୀରିକ ଓ ମାନସିକ ପୀଡା ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । କୌଣସି ବ୍ୟକ୍ତି ଅସମ୍ମାନିତ କରିପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ । ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ ।

ସିଂହ:

ଜଗିରଖି ଚଳନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି । ଆଶା ଆଶଙ୍କା ଦେଇ ଗତି କରିବେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ । ବ୍ୟବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। । ଶତ୍ରୁମାନେ ଚକ୍ରାନ୍ତ କରିବେ ।

କନ୍ୟା :

ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ । ଆର୍ଥିକ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ । ଲୋକସମ୍ପର୍କ ବୃଦ୍ଧି ପାଇବ । ନୂତନ ଗୃହ ବା ଭୂମି କ୍ରୟ କରିବେ ।

ତୁଳା :

ମନ ନିର୍ମଳ ରହିବ ଦେହ ମନ ସୁସ୍ଥ ରହିବ । ପ୍ରତ୍ୟେକ ଦିଗରୁ ଶୁଭ ଫଳ ପାଇବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଖ୍ୟାତି ଅର୍ଜନ କରିବେ ।

ବିଛା :

ସ୍ଥିରତା ଅବଲମ୍ବନ କରନ୍ତୁ । କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ ।

ଧନୁ:

ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ । ମହିଳାମାନେ ଅପମାନିତ ସମାଲୋଚିତ ହେବେ । ଶତ୍ରୁମାନେ ଚକ୍ରାନ୍ତ କରିବେ । ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ଦେଖାଦେବ।

ମକର :

ଆଜି ଦିନଟି ସମ୍ପୁର୍ଣ୍ଣ ଭଲ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଶତ୍ରୁମାନେ ପରାଜୟ ହେବେ । ଆୟ ବୃଦ୍ଧି ଘଟିବ । ବ୍ୟବସାୟୀମାନେ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।

କୁମ୍ଭ:

ଜଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ୟା ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ମାଲିମକଦମାରେ ଜଡିତ ହୋଇ ପାରନ୍ତି ।

ମୀନ :

ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ । ଧନ ଓ ବସ୍ତ୍ର ଲାଭ ହେବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ ।

Leave A Reply

Your email address will not be published.