Latest Odisha News

BREAKING NEWS

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର ବିମର୍ଶ କରୁଥିବା ଖବର ସାମ୍ନାକୁ ଆସିଛି । ହେଲେ ଏହି ଘର ଯେଉଁ ବ୍ୟକ୍ତି ମାନେ ପାଇବେ ସେମାନେ ୧୦ ବର୍ଷ ମଧ୍ୟରେ ଏହି ଘରକୁ ବିକ୍ରି କରିପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।

ଏନେଇ ଅଧିକାରୀ ସ୍ତରୀୟ ବୈଠକ କରାଯାଇ ନିଷ୍ପତି ନିଆଯାଇଛି । ଉପର ସ୍ତରରୁ ମଞ୍ଜୁରୀ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯିବ । ଘର ଆବଣ୍ଟନ ପକ୍ରିୟା କଣ ହେବ ।କାହାକୁ ଘର ମିଳିବ ଏନେଇ ମଧ୍ୟ ଏକ ଖସଡା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ତିଆରି ହେଉଥିବା ଘରକୁ ହିତାଧିକାରୀଙ୍କୁ ରିହାତିରେ ଯୋଗାଇ ଦିଆଯିବ ।

Leave A Reply

Your email address will not be published.