Latest Odisha News

BREAKING NEWS

ମଣିପୁରରେ ପୁଣି ହିଂସା: ପୋଲିସ ଷ୍ଟେସନ ଉପରକୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ,ଏକାଧିକ ଆହତ

ଇମ୍ଫାଲା: ମଣିପୁରରେ ପୁଣି ଦେଖା ଦେଇଛି ହିଂସା । ଗୁରୁବାର ୫ ଜଣ ଯୁବକଙ୍କୁ ଗିରଫ କରିବା ପରେ ଏପରି ହିଂସା ଦେଖିବାକୁ ମିଳିଛି । ବିନା ସର୍ତ୍ତରେ ଏହି ଯୁବକଙ୍କ ମୁକ୍ତି ଦାବି କରି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଇମ୍ଫାଲାର ପୂର୍ବରେ ଥିବା ପୋରମପେଟ ପୋଲିସ ଷ୍ଟେସନ ଏବଂ ପଶ୍ଚିମରେ ଥିବା ସିଙ୍ଗଜାମେଇ ପୋଲିସ ଷ୍ଟେସନ ତଥା କ୍ୱାକିଥେଲ ପୋଲିସ ଥାନା ଉପରକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ସୁରକ୍ଷାକର୍ମୀ ଲୋକଙ୍କ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ । ତେବେ ଏହି ଗଣ୍ଡଗୋଳରେ ଅନେକ ଲୋକ ଆହତ ହୋଇଛନ୍ତି । ଇମ୍ଫାଲାରେ ଗତ ୧୬ ତାରିଖରେ ୫ ଜଣ ଯୁବକଙ୍କୁ ଗିରଫ କରାଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଆଜିର ଏହି ଗଣ୍ଡଗୋଳ ଉତ୍ତ୍ୟକ୍ତ ରୂପ ନେଇଥିଲା । ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ଏହି ଘଟଣା ପରେ ରାଜ୍ୟ ସରକାର ଇମ୍ଫାଲାର ଏହି ଦୁଇ ଜିଲ୍ଲାରେ ଲଗା ଯାଇଥିବା କର୍ଫ୍ୟୁକୁ କଡାକଡି କରାଯାଇଛି ।

ଏଠି କହିରଖିବୁ, ସେପ୍ଟେମ୍ବର ୧୬ ତାରିଖରେ ଅତ୍ୟାଧୁନିକ ହତିଆର ରଖିବା ଏବଂ ପୋଲିସ ପୋଷାକ ପିନ୍ଧିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ପୋଲିସ ନିଜ ହେପାଜତକୁ  ନେଇ ଥିଲା ।

Leave A Reply

Your email address will not be published.