Latest Odisha News

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୧ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୧,୫୯୫ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୩୫,୩୬୮ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୧୮୦ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୨ ଲକ୍ଷ ଟପିଲାଣି ।

ଟେଷ୍ଟିଂ ବଢିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି।ମଙ୍ଗଳବାର ରାଜ୍ୟରୁ ୩୪୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଛୁଇଁଲାଣି ୧୩୧୩୮୨ ।

ରାଜ୍ୟରେ ମୋଟ୍ ୫୬ଟି ଲ୍ୟାବରେ ନମୁନା ପରୀକ୍ଷା କରାଯାଉଛି । ରାଜ୍ୟରେ ଲକ୍ଷେ ଲୋକସଂଖ୍ୟାରେ ୪ ହଜାର ୫୭୦ ଟେଷ୍ଟିଂ କରାଯାଉଛି । ପଜିଟିଭ ରେଟ୍ ୫.୮୪% ଥିବା ବେଳେ ନେଗେଟିଭ୍ ରେଟ୍ ରହିଛି ୯୪.୧୬% ।

Leave A Reply

Your email address will not be published.