Latest Odisha News

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ପ୍ରାଧିକରଣର ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଓଡିଶାର ସମସ୍ତ ନଅଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି।

ସେ ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ (ସିଡିଏ), ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ, ସମ୍ବଲପୁର ଉନ୍ନୟନ ପ୍ରାଧିକରଣ, ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆରଡିଏ), ପାରାଦୀପ ଉନ୍ନୟନ ପ୍ରାଧିକରଣ, ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣ, କଳିଙ୍ଗ ନଗର ଉନ୍ନୟନ ପ୍ରାଧିକରଣ, ଏବଂ ତାଳଚେର-ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେବେ।

ଜୁଲାଇ ୪ରେ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

Leave A Reply

Your email address will not be published.