Latest Odisha News

BREAKING NEWS

ଉତ୍ତରାଖଣ୍ଡ ହିମସ୍ଖଳନ; ୧୫୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା

ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରବିବାର ଦିନ ହିମସ୍ଖଳନ ହୋଇଛି । ହିମସ୍ଖଳନ ପରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ବନ୍ଧ ବାଡ଼ ଭାଙ୍ଗିବା ସହ ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି।

ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ଆଇଟିବିପି ଏବଂ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏନଡିଆରଏଫ ଟିମ୍ ଉଦ୍ଧାର କାର‌୍ୟ୍ୟ ଚଳାଇଛନ୍ତି। ତେବେ ଏହି ହିମସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ୧୦୦ରୁ ୧୫୦ ଲୋକ ନିଖୋଜ କିମ୍ବା ମୃତ୍ୟୁ ବରଣ କରିଥିବା ଆଶଙ୍କା କରାଯାଉଛି।

ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଅଳକାନନ୍ଦା ନଦୀ ଏବଂ ଧୋଲିଗଙ୍ଗା ନଦୀରେ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକମାନଙ୍କୁ ହଟାଯାଉଛି। ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯୋଶୀମଠ ନିକଟରେ ଡ୍ୟାମ ଭାଙ୍ଗିବାର ଖବର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରାୱତ ଆହୁରି ମଧ୍ୟ କହିଛନ୍ତି, ଉତ୍ତରାଖଣ୍ଡରେ ବନ୍ୟା ଭଳି ସ୍ଥିତି ଉପୁଜିଥିବା ବେଳେ ଶ୍ରୀନଗର, ଋଷିକେଷ ଓ ହରିଦ୍ୱାର ସମେତ ଅନ୍ୟ ଅଞ୍ଚଳକୁ ଆର୍ଲଟ କରାଯାଇଛି ।

Comments are closed.