Latest Odisha News

ବିପୁଳ ସମ୍ପତ୍ତିର ମାଲିକ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ

କେନ୍ଦୁଝର: କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କ ବିପୁଳ ସମ୍ପତ୍ତି ଠାବ । ଭୁବନେଶ୍ବର ଲକ୍ଷ୍ମୀସାଗରରେ ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ଠାବ ହେବା ସହ ଭୁବନେଶ୍ବର, ବଲାଙ୍ଗିର ଓ ଢେଙ୍କାନାଳରେ ୪ଟି ବାସୋପଯୋଗୀ ପ୍ଲଟ୍‌, ୧୦ ଲକ୍ଷର ଗହଣା, ୬.୨୪ ଲକ୍ଷର ବ୍ୟାଙ୍କ ଓ ପୋଷ୍ଟାଲ ଜମା, ଗୋଟିଏ ଚାରି ଚକିଆ, ଗୋଟିଏ ବାଇକ୍‌, ୧୪.୪୬ ଲକ୍ଷର ଆସବାବପତ୍ର ଜବତ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରିଥିଲା ଟିମ୍।

Comments are closed.