Latest Odisha News

BREAKING NEWS

୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ

ଝାରସୁଗୁଡା: ବ୍ରଜରାଜନଗର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଏକ ରାକେଟ୍‌କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୬୨ କିଲୋ ୬୦ ଗ୍ରାମ ଗଞ୍ଜେଇ, ଗୋଟିଏ ସ୍କୁଟି (ଓଡ଼ି ୨୩ ୟୁ ୧୧୦୬), ଗୋଟିଏ ମୋବାଇଲ୍ ଫୋନ୍ ଗୋଟିଏ କାର(ଓଡ଼ି ୦୨ ଏ ଡ଼ି ୮୬୦୧) ଓ ନଗଦ ଟଙ୍କା ୧୪,୦୫୦ ଟଙ୍କା ଜବତ କରାଯାଇଛି ।

ଅଭିଯୁକ୍ତମାନେ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରାର ଅମରନାଥ ଦ୍ୱିବେଦୀ (୨୭) ଓ ବୌଦ୍ଧଜିଲ୍ଲା କମିରାର ଶ୍ରୀକାନ୍ତ ଦାସ (୪୨)।

ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଓ ଗଞ୍ଜେଇ ଚାଲାଣର ଲିଙ୍କକୁ ପୋଲିସ ଖୋଜୁଛି ।

ଖବରମୁତାବକ, ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ଏକ ସ୍କୁଟିରେ ଗଞ୍ଜେଇ ନେଇ ଘରକୁ ଯାଉଥିବାର ଖବର ବ୍ରଜରାଜନଗର ଆଇଆଇସି ଧବଳେଶ୍ବର ସାହୁ ପାଇଥିଲେ। ଏହାପରେ ଲଜକୁରା ଛକରେ ପ୍ରସ୍ତୁତ ହୋଇ ରହିଥିଲେ। ସ୍କୁଟି ଧରି ଯୁବକ ଜଣକ ସେଠାରେ ପହଁଚିବା କ୍ଷଣି ତାକୁ କାବୁ କରିନେଇଥିଲେ। ଯୁବକ ଠାରୁ ପ୍ରାୟ ୨୩କେଜି ଗଞ୍ଜେଇ ମିଳିଥିଲା। ସେ ନିଜର ପରିଚୟ ଅମରନାଥ ଦେବା ସହିତ ସେ ବୌଦ୍ଧର ଶ୍ରୀକାନ୍ତ ଠାରୁ ଆଣିଥିବା କହିଥିଲେ। ପରେ ଅଭିଯୁକ୍ତ ଯୁବକ ଘରୁ ଦୁଇଟି ଲୁହା ଡ୍ରମ ଓ ଗୋଟିଏ ଆଟାଚିରେ ଗଞ୍ଜେଇ ମିଳିଥିଲା। ଏହାପରେ ପୋଲିସ ଟିମ ଗତକାଲି ରାତିରେ ବୌଦ୍ଧରୁ ଶ୍ରୀକାନ୍ତକୁ ଗିରଫ କରିଥିଲେ।

Leave A Reply

Your email address will not be published.