Latest Odisha News

BREAKING NEWS

ବେଆଇନ ଗୁଟଖା ରଖିବା ଅଭିଯୋଗରେ ୫ ଗିରଫ; ଲକ୍ଷାଧିକ ଟଙ୍କାର ଗୁଟଖା ଜବତ

ନୟାଗଡ: ବେଆଇନ ଗୁଟଖା ରଖିବା ଅଭିଯୋଗରେ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଇଟାମାଟି ଥାନା ଖୁଣ୍ଟୁବନ୍ଧ ଗାଁର କମଳ ସାହୁ ଘରେ ଚଢ଼ାଉ କରିଥିଲା ପୋଲିସ । କମଳ ସାହୁଙ୍କ ଘରୁ ୨ଲକ୍ଷ ୫0ହଜାର ଟଙ୍କାର ଗୁଟଖା ଜବତ କରାଯାଇଛି । ଏହି ଘଟଣାରେ କମଳ ସାହୁ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ସେହିପରି ସଦରଥାନା ବାଲୁଗାଁ ଗୋବିନ୍ଦ ସାହୁଙ୍କ ଘରେ ଚଢ଼ାଉ ହୋଇଥିଲା । ସେଠାରୁ ୧ଲକ୍ଷ ଟଙ୍କାର ଗୁଟଖା ଓ ପାନ ମସଲା ଜବତ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.