ଭୁବନେଶ୍ୱର: ସତ୍ୟନଗର ସ୍ଥିତ କ୍ୟାଫେ ୧୬ରେ ବକୁଳ ଫାଉଣ୍ଡେସନ୍ ତାଙ୍କ ହ୍ୟୁମାନ୍ ଲାଇବ୍ରେରୀର ତୃତୀୟ ସଂସ୍କରଣ ଆୟୋଜନ କରିଛନ୍ତି। ଓଡ଼ିଶାରେ ଲାଇବ୍ରେରୀ ଆନ୍ଦୋଳନରେ ଅଗ୍ରଣୀ ହୋଇଥିବା ବକୁଳ, କାହାଣୀ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ନିଜର ସୃଜନଶୀଳତା ପାଇଁ ପରିଚିତ। ଏଥିରେ ଷ୍ଟୋରୀଟେଲିଙ୍ଗ୍ ଫେସ୍ଟିଭାଲ୍, ରିଡିଂ ମାରାଥନ୍ ଓ ବ୍ଲାଇଣ୍ଡ ଡେଟ୍ ୱିଥ୍ ବୁକ୍ସ ପରି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।
ହ୍ୟୁମାନ୍ ଲାଇବ୍ରେରୀ କିମ୍ବା ଲିଭିଂ ଲାଇବ୍ରେରୀ ଏକ ରୋମାଞ୍ଚକାରୀ ଧାରଣା। ଯେଉଁଠାରେ ପାଠକମାନେ ନିଜ ପସନ୍ଦର ପୁସ୍ତକ ‘ଧାର’ କରି ପଢନ୍ତି ଓ ଭଲ ଅବସ୍ଥାରେ ଫେରାନ୍ତି, ପରେ ସେହି ପୁସ୍ତକକୁ ଅନ୍ୟ ପାଠକ ପଢନ୍ତି।
ବକୁଳ ଫାଉଣ୍ଡେସନ୍ର ସ୍ଥାପକ ଓ ହ୍ୟୁମାନ୍ ଲାଇବ୍ରେରୀର କ୍ୟୁରେଟର୍ ସୁଜିତ ମହାପାତ୍ର କହିଛନ୍ତି, “ଏହା ଡେନମାର୍କରେ ୨୦୧୧ରେ ଆରମ୍ଭ ହୋଇଥିବା ଏକ ଅତ୍ୟନ୍ତ ଆଗ୍ରହଜନକ ପରିକଳ୍ପନା। ବକୁଳ ୨୦୧୧ରେ ପ୍ରଥମେ ଏହାକୁ କରିଥିଲା, ଯେତେବେଳେ ଏକ ଏଷ୍ଟୋନିଆନ୍ ସେବିକା, ଡାୟାନା ଟାମ୍, ଏହି ଧାରଣାକୁ ଆମ ସହ ସେୟାର୍ କରିଥିଲେ ଓ ପ୍ରଥମ ହ୍ୟୁମାନ୍ ଲାଇବ୍ରେରୀକୁ ଭୁବନେଶ୍ୱରରେ କ୍ୟୁରେଟ୍ କରିଥିଲେ। ବକୁଳ ପରେ କ୍ୟାଫେ ୧୬ ଭୁବନେଶ୍ୱର ଫୁଡ଼ ଫେଷ୍ଟର ଅଂଶରୂପେ ଏହାକୁ ଆୟୋଜନ କରିଥିଲା। ଏହିବର୍ଷ ମଧ୍ୟ ଏହା ଫୁଡ-ଫାଇଣ୍ଡୋ ଦ୍ୱାରା କ୍ୟୁରେଟ୍ ହୋଇଥିବା ଭୁବନେଶ୍ୱର ଫୁଡ଼ ଫେଷ୍ଟର ଅଂଶ।”
ହ୍ୟୁମାନ୍ ଲାଇବ୍ରେରୀର ପ୍ରଧାନ ଲକ୍ଷ୍ୟ ସାରା ବିଶ୍ୱରେ ମଣିଷମାନଙ୍କ ମଧ୍ୟରେ ଥିବା ପ୍ରଚଳିତ ଭୁଲ ଧାରଣାକୁ ଭାଙ୍ଗିବା। ଏକେକାଙ୍କ ସହ କଥାହେବା ମାଧ୍ୟମରେ ସେହି ଧାରଣାକୁ ଦୂର କରାଯାଇପାରିବ। ଏହି ଅବସରରେ ସୁଜିତ କହିଛନ୍ତି ଯେ, “ଏହି କାରଣ ପାଇଁ, ମୁଁ ବିଭିନ୍ନତା ଆଣିବାକୁ ଚେଷ୍ଟା କରିଛି। ମୀରା ପରିଡା (ଟ୍ରାନ୍ସଜେଣ୍ଡର୍ ସମାଜର ପ୍ରତିନିଧି), ଶୃତି ମହାପାତ୍ର (ଦିବ୍ୟାଙ୍ଗଙ୍କ ପ୍ରତିନିଧି) ଓ ପ୍ରଶାନ୍ତ ମହାରଣା (ପୂର୍ବତନ ମାଦକାସକ୍ତ, ଯିଏ ଏବେ ମାଦକାସକ୍ତି ବିରୋଧରେ କାମ କରୁଛନ୍ତି)। ତଥାପି ଅନ୍ୟାନ୍ୟ ପ୍ରଚଳିତ ଭୁଲ ଧାରଣାଗୁଡ଼ିକୁ ଭାଙ୍ଗିବା ପାଇଁ ପୁସ୍ତକମାନେ କ୍ୟୁରେଟ୍ କରିଛି। ଉଦାହରଣ ସ୍ୱରୂପ, ପୋଲିସ୍ମାନେ ‘ଗୁଳି କରିବାକୁ ପ୍ରସ୍ତୁତ’ ବୋଲି ଥିବା ସ୍ଟିରିଓଟାଇପ୍କୁ ଖୋର୍ଦ୍ଧା ଏସ.ପି ସାଗରିକା ନାଥଙ୍କ କାହାଣୀ ସହିତ ଭାଙ୍ଗିଦିଆଗଲା, ଯିଏ ଏକ ସତ୍ୟଯୋଦ୍ଧା। କିମ୍ବା, ‘ଫ୍ୟାସନ୍ରେ ଥିବା ଲୋକମାନେ ସତହୀନ’ ବୋଲି ଭାବନାକୁ ଅଙ୍କିତା (ପୂର୍ବତନ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ), ଯିଏ ଏବେ କ୍ଲାଇମେଟ୍ ଆକ୍ସନ୍ରେ ଉତ୍ସାହର ସହିତ କାମ କରୁଛନ୍ତି, ତାଙ୍କ କାହାଣୀରେ ଭାଙ୍ଗିଦେଲା।”
ପାଠକମାନେ ଯେମାନେ ହ୍ୟୁମାନ୍ ଲାଇବ୍ରେରୀ ପାଇଁ ନାମ ଲେଖାଇଥିଲେ, ସେମାନଙ୍କୁ ତାଙ୍କ ପସନ୍ଦ ଦେବାକୁ ପଡ଼ିଥିଲା ଓ ସେହି ପସନ୍ଦ ଅନୁସାରେ ପାଠକଙ୍କୁ ପୁସ୍ତକ ଯୋଗାଇ ଯାଇଥିଲା । ଯଦି କୌଣସି ପୁସ୍ତକ ପୂର୍ବରୁ ‘ବୁକ୍’ ହୋଇଥିଲା, ସେମାନେ ‘ରିଜର୍ଭ’ କରି ପରେ ପଢିପାରୁଥିଲେ। ଗୋଟେ ସମୟରେ ଦୁଇଜଣେ ମିଶି ଗୋଟିଏ ପୁସ୍ତକ ପଢିପାରୁଥିଲେ। ପ୍ରତ୍ୟେକ ପାଠକ ଏକାଧିକ ପୁସ୍ତକ ପଢିଥିଲେ। ମୋଟ ୧୨ଟି ପୁସ୍ତକ ଥିଲା ଓ ପ୍ରାୟ ୩୦ ଜଣ ପାଠକ ସେଗୁଡ଼ିକୁ ପଢିଥିଲେ।
ଅରିଗାମି କଳାକାର ସନ୍ତୃପ୍ତି ଦାସ ଖୁସି ହେଲେ କାରଣ ତାଙ୍କ ପାଠକ ତାଙ୍କୁ କାଗଜରେ କିଛି ନୂଆ କଳା ତିଆରି କରିବା ସିଖାଇଲେ। ଶ୍ରୁତି ମହାପାତ୍ର କହିଥିଲେ ଯେ “ମୁଁ ଜୀବନରେ ସାଧାରଣ ପାଠକ ଥିଲି, କିନ୍ତୁ ଏବେ ପୁସ୍ତକ ହେବା ଏକ ଅଦ୍ଭୁତ ଓ ଭିନ୍ନ ଅନୁଭବ ଥିଲା। ଏହାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ନେବା ଉଚିତ୍।”
ମୀରା ପରିଡାଙ୍କ ସନ୍ଦେହ ଥିଲା, ଲୋକେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ବିଷୟରେ ଜାଣିବାକୁ ଚାହିବେ କି ? କିନ୍ତୁ ସେ ଖୁସି ହେଲେ ଯେ, ତାଙ୍କ ପାଠକମାନେ ତାଙ୍କ ବିଷୟରେ ଜାଣୁଥିଲେ ଏବଂ ତାଙ୍କ ସଂଘର୍ଷ ସମ୍ପର୍କରେ ଆଗ୍ରହ ଦେଖାଇଲେ। ସେହିପରି ସାଗରିକା ନାଥ କହିଛନ୍ତି ଯେ, “ଏହା ଏକ ସୁନ୍ଦର ଉପାୟ, ଯାହାଦ୍ୱାରା ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ, ଯେଉଁଠି ଲୋକେ ଅନ୍ୟମାନଙ୍କ ଭାବନା ଓ ଦୃଷ୍ଟିଭଙ୍ଗୀକୁ ବୁଝିପାରିବେ।”
Comments are closed.