Latest Odisha News

ଦାନ ବାକ୍ସରୁ ମିଳିଲା ମାନବ ଖପୁରୀ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଦାତାମାନଙ୍କର କୌଣସି ଅଭାବ ନାହିଁ । ଲୋକମାନେ ଟଙ୍କା, ସୁନା-ରୂପା, ପୋଷାକ, ଜମି ଆଦି ଅନେକ ଜିନିଷ ଦାନ କରିଥାନ୍ତି । ସେହିପରି ଆମେରିକାରେ ଏକ ଦାନ ବାକ୍ସ ଖୋଲା ଯାଇଛି । ଯେଉଁଠାରେ ଦାନ କରାଯାଇଥିବା ଜିନିଷଗୁଡ଼ିକ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । କିନ୍ତୁ ନିକଟରେ ଏହି ଦାନ ବାକ୍ସରୁ ଏପରି ଏକ ଜିନିଷ ବାହାରିିଲା, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏପରିକି ପୋଲିସକୁ ବି ଡାକିବାକୁ ପଡ଼ିଲା । ଆଉ ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାରେ ଏକ ଦାନ ବାକ୍ସ ଖୋଲାଯାଇଛି । ଲୋକେ ନିଜ ସକ୍ଷମ ଅନୁସାରେ କିଛି ସାହାଯ୍ୟ କରିବାକୁ କୁହାଯାଇଛି । ଲୋକେ ଟଙ୍କା, ଡ଼୍ରେସ,ପାଠ୍ୟସାମଗ୍ରୀ,ସୁନା,ରୂପା ଆଦି ଏହି ବାକ୍ସରେ ପକାଇଥାନ୍ତି । ପରେ ଏହି ବାକ୍ସରୁ ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀକୁ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଥାଏ । ନିକଟରେ ଷ୍ଟୋରର ଅପରେଟର ଯେତେବେଳେ ଏହି ଦାନ ବାକ୍ସ ଖୋଲିଥିଲେ, ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିରେ କିଛି ଟଙ୍କା କି ସୂନାରୂପା ନ ଥିଲା , ଥିଲା ଏକ ମାନବ ଖପୁରୀ, ଯାହା ବର୍ଷ ବର୍ଷ ପୁରୁଣା । ଷ୍ଟୋର ଅପରେଟର ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଖପୁରୀକୁ ଜବତ କରିବା ସହ ତଦନ୍ତ ଚଳାଇଥିଲା ।

ପୋଲିସର ସୂଚନାନୁସାରେ, ଏହି ଖପୁରୀ ଅନ୍ୟ ଟ୍ୟାକ୍ସିଡର୍ମଡ୍ ସାମଗ୍ରୀର ଏକ ପାତ୍ରରେ ଥିଲା । ତେବେ ଏହା କାହାର ଖପୁରୀ ବୋଲି ଚିହ୍ନିବା କଷ୍ଟକର । ପୋଲିସ ଏହାର ଫଟୋକୁ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛି । ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ବ୍ରାଉନ୍ କଲରର ଏହି ଖପୁରୀରେ ଉପର କିଛି ଦାନ୍ତ ଅଛି । ଗୋଟେ ଆଖି ନ ଥିବା ବେଳେ ବାମ ପାର୍ଶ୍ୱର ଆଖି ବି ଅଛି । ଏହା ଦେଖିବାକୁ ବହୁତ ଭୟାନକ ଲାଗୁଛି । ଖପୁରୀ କିଏ ଦାନ କରିଛି, କାହିଁକି କରିଛି, ଏହା କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ପୋଲିସ କହିଛି ଯେ, ଏହି ଖପୁରୀଟି ବହୁ ପୁରୁଣା ବୋଲି ଜଣାଯାଉଛି । ଫୋରେନସିକ୍ ଟିମ୍‌ର ଅନୁସନ୍ଧାନ ପରେ ପ୍ରକୃତ କାରଣ ଜଣାପଡ଼ିବ । ପୋଲିସ ବି ତଦନ୍ତ ଚଳାଇଛି ।

Comments are closed.