Latest Odisha News

ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଜିିତିଲେ ହମ୍ପି

ନୂଆଦିଲ୍ଲୀ: ଭାରତର ମହିଳା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଚାମ୍ପିୟନଶିପ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଇଣ୍ଡୋନେସିଆର ଇରୀନ ସୁକନ୍ଦରଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ । ୨୦୧୯ରେ ମଧ୍ୟ ହମ୍ପି ପ୍ରଥମ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲେ । ଚୀନର ଝୁ ବେନଜୁନଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଏହି ଗୌରବ ହାସଲ କରିଛନ୍ତି । ୩୧ ମାର୍ଚ୍ଚ ୧୯୮୭ରେ ବିଜୟୱାଡାରେ ତାଙ୍କ ଜନ୍ମ ହୋଇଥିଲା । ହମ୍ପିଙ୍କ ବାପା ଅଶୋକ କୋନେରୁ ଜଣେ ଚେସ ଖେଳାଳି ଥିଲେ । ସେ ଝିଅକୁ ବିଶ୍ୱବିଜୟୀ ଭାବେ ଦେଖିବାକୁ ଚାହୁଁଥିବାରୁ ତାଙ୍କ ନାମ ହମ୍ପି ରଖିଥିଲେ ।

ହମ୍ପିର ଅର୍ଥ ବିଜୟ । ହମ୍ପି ଏବେ ଓଏନଜିସିରେ ଚିଫ ମ୍ୟାନେଜର ଅଛନ୍ତି । ତାଙ୍କ ପତି ଅବିନେଶ ସଫ୍ଟୱେୟର କମ୍ପାନୀରେ କାର୍ଯ୍ୟ କରନ୍ତି । ୯ ବର୍ଷ ବୟସ ମଧ୍ୟରେ ହମ୍ପି ୩ଟି ଜାତୀୟସ୍ତରର ମୁକାବିଲାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଜିତିବା ନେଇ ମୁଁ ଗର୍ବିତ ବୋଲି ହcମ୍ପି କହିଛନ୍ତି । ଆଗକୁ ଭାରତ ପାଇଁ ଅଧିକରୁ ଅଧିକ ପଦକ ଜିତିବା ମୋର ସ୍ୱପ୍ନ ବୋଲି ସେ କହିଛନ୍ତି । ହମ୍ପିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ଆସିବାରେ ଲାଗିଛି ।

Comments are closed.