Latest Odisha News

ଜାତୀୟ କୃଷି ଆଇନକୁ ବିରୋଧ, ରାଜପଥରେ ବସିଲେ ଚାଷୀ

ଭୁବନେଶ୍ୱର: ଜାତୀୟ କୃଷି ଆଇନ୍‌କୁ ବରୋଧ କରି ରାଜପଥ ଅବରୋଧ । ନବ ନିର୍ମାଣ କୃଷକ ସଂଗଠନର ଶତାଧିକ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏକ ପଟୁଆରରେ ଆସି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ।

ଏହାପରେ କୃଷକଙ୍କୁ ପୋଲିସ ଅଟକାଇଥିଲା । ଫଳରେ ପୋଲିସ- କୃଷକ ସଂଗଠନର ସଦସ୍ୟ ମୁହାଁମୁହିଁ ହୋଇଥିଲେ । ପରେ ଶତାଧିକ ଚାଷୀ ରଜରାସ୍ତାରେ ବସି ବିକ୍ଷୋଭ କରିଥିଲେ । ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ସହିତ ଶତାଧିକ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି ।

Comments are closed.