Latest Odisha News

ଆରିଜୋନା ମରୁଭୂମି ହଜାର ହଜାର ବିମାନର କବର ସାଜିଛି

ଆରିଜୋନ: ଉତର ଆମେରିକାର ଆରିଜୋନା ମରୁଭୂମି ଏବେ ହଜାର ହଜାର ବିମାନର କବରଖାନା ସାଜିଛି । କରୋନା ଭାଇରସ ଯୋଗୁ ସମ୍ପୂର୍ଣ୍ଣ ବିଶ୍ୱ ଏବେ ନୀରବ ହୋଇଯାଇଛି । ଏଭଳି ପରିସ୍ଥିତିରେ ଏହି ବିମାନଗୁଡିକର କିଛି କାର୍ଯ୍ୟ ନାହିଁ କହିଲେ ଭୁଲ ହେବ ନାହିଁ । ଡେଲଟା ଏୟାରଲାଇନ୍ସ, ଜେଟ ବ୍ଲୁ ପରି ଅନେକ କମ୍ପାନୀ ସେମାନଙ୍କ ବିମାନଗୁଡିକୁ ଏଠାରେ ପାର୍କିଂ କରିଛନ୍ତି ।

ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଥିବା ବିମାନଗୁଡିକ ଏଠାରେ ରଖା ଯାଉଥିଲା । ରିପୋର୍ଟ ମୁତାବକ ଦୀର୍ଘଦିନ ଧରି ବିମାନଗୁଡିକ ପଡି ରହିଲେ ସେଗୁଡିକ ପୁନର୍ବାର କାର୍ଯ୍ୟକ୍ଷମ ହୋଇ ନ ପାରେ । ଅନ୍ୟ ଅର୍ଥରେ ବିମାନଗୁଡିକ ଏଠାରେ ପଡି ରହି ନଷ୍ଟ ହେବାକୁ ଅପେକ୍ଷା କରିଛନ୍ତି । ୨୦୮୦ ଏକର ଜାଗାରେ ବିମାନଗୁଡିକ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ୭୦୦୦ ଫୁଟ ଲମ୍ବାର ରନୱେ ମଧ୍ୟ ଏଠାରେ ରହିଛି ।

Comments are closed.